Patra electronics

ଆଗ ଅନୁମତି, ତାପରେ ପାଠପଢ଼ା ନ ହେଲେ ବାତିଲ ହେବ ଡିଗ୍ରୀ – ୟୁଜିସିର କଡା ନିର୍ଦ୍ଦେଶ

ଡେସ୍କ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ – ୟୁଜିସିର ପୂର୍ବ ଅନୁମୋଦନ ନ ଥିଲେ କୌଣସି ବିଦେଶୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଭାରତରେ କୌଣସି ପାଠ୍ୟକ୍ରମ ଚଳାଇ ପାରିବ ନାହିଁ। ଏକ ସୋସିଆଲ ମିଡିଆ ପୋଷ୍ଟରେ ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର କହିଛନ୍ତି ଯେ ୨୦୨୩ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିୟମାବଳୀ ଅନୁଯାୟୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ କୌଣସି ଫ୍ରାଞ୍ଚାଇଜ୍ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକ୍ରମ ପ୍ରଦାନ କରିବେ ନାହିଁ। ସେ କହିଛନ୍ତି, କମିଶନଙ୍କ ଦ୍ୱାରା ଏଭଳି କାର୍ଯ୍ୟକ୍ରମ ମାନ୍ୟତା ପାଇବ ନାହିଁ। ଏଭଳି ଅନୁଷ୍ଠାନରେ ଆଡମିଶନ ନେବା ପୂର୍ବରୁ ଛାତ୍ରଛାତ୍ରୀମାନେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ଆୟୋଗ ପରାମର୍ଶ ଦେଇଛନ୍ତି। ୟୁଜିସି କହିଛି ଯେ ନିୟମ ଉଲ୍ଲଂଘନ କରୁଥିବା ଉଚ୍ଚଶିକ୍ଷା ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ୟୁଜିସି ଏକ ବିଜ୍ଞପ୍ତିରେ କହିଛି ଯେ ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ କଲେଜଗୁଡ଼ିକ ଅଣସ୍ୱିକୃତୀପ୍ରାପ୍ତ ବିଦେଶୀ ଭିତ୍ତିକ ଶିକ୍ଷାନୁଷ୍ଠାନ ସହିତ ମିଳିତ ଚୁକ୍ତି କିମ୍ବା ବ୍ୟବସ୍ଥା କରିଛନ୍ତି। ଆୟୋଗ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଦିଆଯାଇଥିବା ଡିଗ୍ରୀ ମଧ୍ୟ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ।

Comments are closed.