ଉଗାଣ୍ଡାରେ ହ୍ୱାଟ୍‌ସ ଆପ୍‍ ଓ ଫେସ୍‌ବୁକ ବ୍ୟବହାରକାରୀଙ୍କ ଉପରେ ଲାଗିଲା ଟିକସ

0

କାମ୍ପାଲା  : ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଉଗାଣ୍ଡାରେ ହ୍ୱାଟ୍‌ସ ଆପ୍‍, ଫେସ୍‌ବୁକ, ଟ୍ୱିଟର ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଉପରେ ସରକାର ଟିକସ ଲାଗୁ କରିଛନ୍ତି। ରାଜସ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ସରକାର ଏହି ଟିକସ ବ୍ୟବସ୍ଥା କରିଛନ୍ତି। ଟିକସ ଲାଗୁ ନେଇ ଆଗତ ବିଧେୟକ ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ତେବେ ବିରୋଧୀ ଦଳଗୁଡିକ ଏହାକୁ ସମାଲୋଚନା କରିଛନ୍ତି। ଲାଗୁ ଟିକସ ଅନୁଯାୟୀ ଜଣେ ହ୍ୱାଟ୍‌ସ ଆପ୍‍ ଓ ଫେସ୍‌ବୁକ ବ୍ୟବହାରକାରୀ ଭାରତୀୟ ମୁଦ୍ରା ହିସାବରେ ଦୈନିକ ୩ଟଙ୍କା ୬୦ ପଇସା ଦେବେ। ଏପରି ହିସାବରେ ଜଣଙ୍କୁ ବାର୍ଷିକ ପ୍ରାୟ ୧୩୦୦ଟଙ୍କା ଦେବାକୁ ପଡିବ। ଉଗାଣ୍ଡାରେ ଏବେ ମୁଣ୍ଡ ପିଛା ଘରୋଇ ଉତ୍ପାତ ବାର୍ଷିକ ୪୧,୩୦୦ଟଙ୍କା ରହିଛି। ପାର୍ଲାମେଣ୍ଟ ମୁଖପାତ୍ରଙ୍କ କହିବା ଅନୁଯାୟୀ ବୁଧବାର ଗୃହୀତ ହୋଇଥିବା ଏ ସମ୍ପର୍କିତ ବିଧେୟକ ଅନୁଯାୟୀ ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ଚଳିତ ବର୍ଷ ଜୁଲାଇ ମାସରୁ କାର୍ଯ୍ୟକାରୀ ହେବ। କନିଷ୍ଠ ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ମୋବାଇଲ ଅପରେଟର କମ୍ପାନୀଗୁଡିକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଠାରୁ ଦୈନିକ ହିସାବରେ ଅର୍ଥ କାଟି ରଖିବେ। ଉଗାଣ୍ଡାର ୪୦% ଅର୍ଥାତ ୪କୋଟି ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି।

Leave A Reply