www.samajalive.in
Saturday, December 6, 2025
26.1 C
Bhubaneswar

ଉଦୟପୁରରେ ଅଘଟଣ ; ଦୋକାନ କାନ୍ଥ ତଳେ ଦବି ଯାଇ ୨ ମୃତ,୭ ଆହତ

ଉଦୟପୁର : ଉଦୟପୁରର କୃଷକ ବଜାରରେ ଏକ ବଡ ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଏକ ଦୋକାନର ଛାତ ଭୁଷୁଡି ପଡିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ୨ ଜଣ ଗ୍ରାହକ ଓ ଅନ୍ୟ ଜଣେ ଥିବା ବେଳେ ପ୍ରାୟ ୧୦ ଜଣ ଏହା ତଳେ ଦବି ହୋଇ ରହି ଯାଇଛନ୍ତି। ଅନ୍ୟ ୭ ଜଣ ଆହତ ମଧ୍ୟ ହୋଇଛନ୍ତି।
ଏଥିରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‍ ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ପରିଜନଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ଏହି ଅଘଟଣ ବୁଧବାର ସନ୍ଧ୍ୟାରେ ଘଟିଛି। କୃଷକ ବଜାରର ୧୦ ନମ୍ବର ଦୋକାନର ମାଲିକ ନିଜ କର୍ମଚାରୀଙ୍କ ସହ ଦୋକାନରେ ବସିଥିଲେ। ଦୋକାନରେ ଗ୍ରାହକ ଓ କର୍ମଚାରୀମାନେ ମଧ୍ୟ ଥିଲେ। ଦୋକାନ ନିକଟରେ ହିଁ ଆଉ ଏକ ନୂଆ ଦୋକାନ ତିଆରି କରିବା ପାଇଁ କାମ କରାଯାଉଥିଲା। ହଠାତ ଦୋକାନର କାନ୍ଥ ଓ ଛାତ ଭୁଷୁଡି ପଡିଥିଲା। ପରେ ଏହାତଳେ ଦୋକାନ ମାଲିକଙ୍କ ସହ ୧୦ ଜଣ ଦାବି ହୋଇ ରହିଥିଲେ। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories