www.samajalive.in
Saturday, December 6, 2025
23.1 C
Bhubaneswar

ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଡା.ବୃନ୍ଦା ଡି. ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।
ପ୍ରାରମ୍ଭରେ ବୈଠକର ଆବାହକ ତଥା କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ୨୦୧୯ ମସିହା ବୈଠକର ବିବରଣୀ ପାଠ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ଆଲୋଚନାରୁ ପ୍ରକାଶ ଯେ, ଆସନ୍ତା ମାସ ୧ତାରିଖ ଦିନ ରଥଯାତ୍ରାର ସମସ୍ତ ପୁଜା ବିଧି ପରେ ଅପରାହ୍ନ ୧ଘଣ୍ଟା ୩୦ ମିନିଟ୍ ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ସେହିପରି ୯ ତାରିଖ ଦିନ ମଧ୍ୟ ଅପରାହ୍ନ ୧ଘଣ୍ଟା ୩୦ ମିନିଟ୍ ସମୟରେ ଶ୍ରୀଜିଉଙ୍କର ବାହୁଡ଼ା ରଥଟଣା ଅନୁଷ୍ଠିତ ହେବ। ୧୦ତାରିଖ ଅପରାହ୍ନ ୫ ଘଣ୍ଟା ଠାରୁ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ ଆରମ୍ଭ ହେବ।
ରଥଯାତ୍ରା ସମୟରେ ମୁଖ୍ୟ ରାସ୍ତାରେ ଯାନବାହାନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା, ଭକ୍ତମାନଙ୍କ ବ୍ୟବହାର ପାଇଁ ପାଣି ଟ୍ୟାଙ୍କର ତଥା ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ରଥ ଯାତ୍ରା ଠାରୁ ବାହୁଡ଼ା ଯାତ୍ରା ଅବଧି ମଧ୍ୟରେ ସହରର ମୁଖ୍ୟ ରାସ୍ତା ଓ ଏହାର ଉଭୟ ପାଶ୍ୱର୍ର ଡ୍ରେନ୍ ଗୁଡ଼ିକ ନିୟମିତ ସଫାସୁତରା ରଖିବା, ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ମାଦିକୁନ୍ଦା ଛକ ମଧ୍ୟରେଥିବା ମୁଖ୍ୟ ରାସ୍ତାର ଆବଶ୍ୟକୀୟ ମରାମତି କାର୍ଯ୍ୟ, ଅପଦକାଳୀନ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଔଷଧ ସହିତ ଆମ୍ବୁଲାନ୍ସ ଓ ଜଣେ ଡାକ୍ତର ରଥ ସହିତ ରହିବା, ଅଗ୍ନି ନିର୍ବାପକ ଯାନ ରଥ ସହିତ ରହିବା, ବିଦ୍ୟୁତ ଓ ଟେଲିଫୋନ ବିଭାଗ ରଥଟଣା ସମୟରେ ଆଲର୍ଟ ରହିବା, ରଥ ଯାତ୍ରାର ଧାରା ବିବରଣୀ ପ୍ରଦାନ ସହିତ ଉତ୍କଳ ପ୍ରସଙ୍ଗ ଓଡ଼ିଶା ରିଭ୍ୟୁ ଓ ଜଣାଣ ପତ୍ରିକା ବିକ୍ରୟ,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା।
ଶେଷରେ କନ୍ଧମାଳ ତହସିଲଦାର ଦୀନମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ସଂପୃକ୍ତ ବିଭାଗୀୟ ପଦାଧିକାରୀ, ଶ୍ରୀ ଜଗନ୍ନାଥ ମନ୍ଦିର ଓ ଦଧିବାମନ ମନ୍ଦିର ପରିଚାଳନା କମିଟିର ସଭାପତି ଓ ସମ୍ପାଦକ, ଫୁଲବାଣୀ ପ୍ରାଇଭେଟ ବସ୍ ମାଲିକ ସଂଘ ଓ ଟ୍ରକ ମାଲିକ ସଂଘର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories