ଉଦୟପୁର ସୃଷ୍ଟି କଲା ୩ ଲକ୍ଷରୁ ଅଧିକ ବସ୍ତ୍ର ଦାନର କୀର୍ତ୍ତିମାନ

0

ଉଦୟପୁର : ହ୍ରଦର ସହର ଭାବେ ପ୍ରସିଦ୍ଧ ରାଜସ୍ଥାନର ଉଦୟପୁର ୩ ଲକ୍ଷରୁ ଅଧିକ ବସ୍ତ୍ର ଦାନର ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ଉଦୟପୁର ରାଜବଂଶଜ ଲକ୍ଷରାଜ ସିଂହ ମେୱାଡ ଅଭାବୀଙ୍କ ପାଇଁ ବସ୍ତ୍ରଦାନର ନୂଆ ଅଭିଯାନ ଆରମ୍ଭ କରିବା ପରେ ଅଭିଯାନରେ ସର୍ବ ପ୍ରଥମେ ସେନା ଯବାନ ସାମିଲ ହୋଇଥିଲେ। ଏହାପରେ ଛୋଟ ପିଲା, ଯୁବ ଓ ବୃଦ୍ଧଙ୍କ ସମେତ ଅନେକ ସଂଗଠନ ବସ୍ତ୍ର ଦାନ କରିଥିଲେ। ଏହି ଅଭିଯାନ କ୍ରମେ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ବସ୍ତ୍ର ସଂଗୃହିତ ହୋଇଛି । ଏତେ ପରିମାଣର କପଡ଼ା ସଂଗ୍ରହ ଗିନିଜ୍‌ ବୁକ୍‌ର ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ବୋଲି କୁହାଯାଉଛି । ମେୱାଡ ରାଜବଂଶର ୭୬ ବର୍ଷିୟ ସଂରକ୍ଷକ ଅରବିନ୍ଦ ସିଂହ ମେୱାଡଙ୍କ ପୁତ୍ର ଲକ୍ଷରାଜ ସିଂହ ମେୱାଡ କହିଛନ୍ତି ଯେ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ବସ୍ତ୍ର ଦାନ ଅଭିଯାନରେ ଭାରତୀୟ ସେନା, ସ୍ଥାନୀୟ ଲୋକେ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆନ୍ତର୍ଜାତିକସ୍ତରର ଲୋକେ ବହୁ ମାତ୍ରାରେ ଭାଗ ନେଇଛନ୍ତି । ଏହି ବସ୍ତ୍ର ସଂଗ୍ରହ ଅଭିଯାନ କୌଣସି ରେକର୍ଡ କରିବା ପାଇଁ ନୁହେଁ ବରଂ ଅଭାବୀ ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା । ହେଲେ ଏବେ ଏହା ଗିନିଜ୍‌ ବୁକ୍‌ ଅଫ ୱାର୍ଲ୍ଡରେ ସ୍ଥାନ ପାଇବାକୁ ଯାଉଛି; ଯାହା ଆମେ ସ୍ୱପ୍ନରେ ବି ଭାବିନଥିଲୁ।

Leave A Reply