www.samajalive.in
Saturday, December 6, 2025
19.1 C
Bhubaneswar

ସିଆରପିଏଫ କ୍ୟାମ୍ପ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଭାରତକୁ ହସ୍ତାନ୍ତର କଲା ୟୁଏଇ

ନୂଆଦିଲ୍ଲୀ: ୨୦୧୭ରେ ଜାମ୍ମୁ-କାଶ୍ମୀରର ଲେଥପୋରାଠାରେ ସିଆରପିଏଫ କ୍ୟାମ୍ପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ନିସାର ତନ୍ତ୍ରୀକୁ ଭାରତକୁ ହସ୍ତାନ୍ତର କରିଛି ୟୁଏଇ। ନିସାର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶର ଦକ୍ଷିଣ କାଶ୍ମୀର ଡିଭିଜନାଲ କମାଣ୍ଡର ନୁର୍‌ ତନ୍ତ୍ରୀର ଭାଇ। ୨୦୧୭ ଡିସେମ୍ବରରେ ୩ଜଣ ଆତଙ୍କବାଦୀ ଲେଥପୋରାରେ ଥିବା ସିଆରପିଏଫ ୧୮୫ ବାଟାଲିୟନ ଯବାନଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ପଶି ଆକ୍ରମଣ କରିଥିଲେ। ଯବାନଙ୍କ ଉପରକୁ ଗ୍ରେନେଡ ଫିଙ୍ଗିବା ସହ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ୫ ଯବାନ ଶହୀଦ ହୋଇଥିଲେ। ଯବାନଙ୍କ ପ୍ରତିଆକ୍ରମଣରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଘଟଣାର ମାଷ୍ଟରମାଇଣ୍ଡ ନାସିର ୨୦୧୯ ଫେବୃୟାରୀ ୧ରେ ୟୁଏଇ ଫେରାର ହୋଇଯାଇଥିଲା। ଏ ସମ୍ପର୍କରେ ଭାରତ ପକ୍ଷରୁ ୟୁଏଇକୁ ଅବଗତ କରାଯିବା ସହ ନାସିରକୁ ଗିରଫ କରିବାରେ ସହଯୋଗ କରିବାକୁ କୁହାଯାଇଥିଲା। ୟୁଏଇ ପୁଲିସ ନାସିରକୁ ଗିରଫ କରି ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ହସ୍ତାନ୍ତର କରିଛି। ଗତ ମାର୍ଚ୍ଚ ୩୧ ତାରିଖରେ ନାସିରକୁ ଭାରତ ଅଣାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories