www.samajalive.in
Saturday, December 13, 2025
27.1 C
Bhubaneswar

ସୁରକ୍ଷାକୁ ପ୍ରାଥମିକତା ଦିଏ ଟୟୋଟା ୟାରିସ୍

ଭୁବନେଶ୍ୱର୍ :ଟୟୋଟାର ବିଶ୍ୱସ୍ତରୀୟ ଯାନ ସେଡାନ୍-ୟାରିସ୍ ଭାରତୀୟ ଗ୍ରାହକଙ୍କ ଚାହିଦା ତଥା ଆବଶକତାକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଛି। ଏହି ଆରାମଦାୟକ ଯାନରେ ଶ୍ରେଷ୍ଠ ରାଇଡିଂ କ୍ୱାଲିଟି, ଉଚ୍ଚ ଦକ୍ଷତା ଏବଂ ବିଶ୍ୱସ୍ତରୀୟ ସୁରକ୍ଷା ତଥା ଜ୍ଞାନକୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗ୍ରାହକଙ୍କ ସୁରକ୍ଷା ସଚେତନତାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି। ଟୟୋଟା ୟାରିସ୍‌ରେ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ୭ ଏସ୍ଆରଏସ୍ ଏୟାର ବ୍ୟାଗ୍, ସାଇଡ୍ ଏୟାର ବ୍ୟାଗ୍, କୁର୍ଟେନ୍ ଶିଲ୍‌ଡ ଏୟାର ବ୍ୟାଗ୍ ଏବଂ ଆଣ୍ଠୁ ଏୟାର ବ୍ୟାଗ୍ ଆଦି ଏହାର ସମସ୍ତ ଭାରିଆଣ୍ଟରେ ଉପଲବ୍ଧ। ଅନ୍ୟ ସୁରକ୍ଷା ବୈଶିଷ୍ଟ୍ୟ ମଧ୍ୟରେ ଏଥିରେ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍(ଏବିଏସ୍), ଇଲକ୍‌ଟ୍ରୋନିକ୍ସ ବ୍ରେକ୍ ଡିଷ୍ଟ୍ରିବ୍ୟୁସନ୍‌ (ଇବିଡି) ଭେହିକିଲ ଷ୍ଟାବିଲିଟି କଂଟ୍ରୋଲର, ହିଲ ଷ୍ଟାର୍ଟ ଆସିଷ୍ଟ କଂଟ୍ରୋଲ, ଫ୍ରଣ୍ଟ ରିୟର ପାର୍କିଂ ସେନସର, ୪ ଚକରେ ଡିସ୍କ୍ ବ୍ରେକ୍, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍, ଆଇସୋଫିକ୍ସ୍ ଚାଇଲ୍ଡ ସିଟ ଆଦି ରହିଛି। ଏହାର ୪ ଡିସ୍କ ବେକ୍ ସୁପରିୟର କଂଟ୍ରୋଲ ଦେବା ସହିତ ଡ୍ରାଇଭିଂ ଅଭିଜ୍ଞତା ଉପଲବ୍ଧ କରାଇଥାଏ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories