www.samajalive.in
Saturday, December 6, 2025
17.1 C
Bhubaneswar

ମନ୍ଦିର ପରିସରରେ ଶୋଇଥିବା ୨ ପୂଜକଙ୍କୁ ହତ୍ୟା, ବୁଲନ୍ଦସହରରେ ଚାଞ୍ଚଲ୍ୟ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଅନ୍ତର୍ଗତ ଅନୁପସହରରେ ଦୁଇ ପୂଜକଙ୍କୁ ହତ୍ୟା କରାଯାଇଛି। ସାଧୁ ଦୁଇଜଣ ମନ୍ଦିର ପରିସରରେ ରାତିରେ ଶୋଇଥିବାବେଳେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହାଣି ହତ୍ୟା କରିଛି। ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ହୋଇଥିବାବେଳେ ଏହି ଘଟଣା ବୁଲନ୍ଦସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘଟଣା ପରେ ପୁଲିସ ଟିମ୍‌ ସହିତ ଜିଲାପାଳ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅନୁପସହରର ପଗୌନା ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦୁଇ ଜଣ ପୂଜକ ସ୍ଥାନୀୟ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ଦାୟିତ୍ଵରେ ଥିଲେ। ସୋମବାର ରାତିରେ ସେମାନେ ମନ୍ଦିର ପରିସରରେ ଶୋଇଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ମଙ୍ଗଳବାର ସକାଳେ ଗ୍ରାମବାସୀ ମନ୍ଦିରକୁ ପୂଜା କରିବାକୁ ଯାଇଥିବାବେଳେ ପରିସରରେ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଚକ୍କିତ ହୋଇଥିଲେ। ପରେ ସେମାନେ ଏ ନେଇ ପୁଲିସକୁ ଖବର ଦେବା ସହିତ ଅଭିଯୁକ୍ତକୁ ମଧ୍ୟ କାବୁ କରିଥିଲେ। ପୂଜକ ଦ୍ବୟଙ୍କ ସହିତ ଅଭିଯୁକ୍ତଙ୍କର ବିବାଦ ଥିବା କୁହାଯାଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories