www.samajalive.in
Saturday, December 6, 2025
26.1 C
Bhubaneswar

ନଣନ୍ଦେଇ ଓ ଶଳାଭାଉଜ ଜୀବିତ ଉଦ୍ଧାର, ମେଡିକାଲ ନେଲା ପୁଲିସ

କଟକ: ଶୁକ୍ରବାର ସନ୍ଧ୍ୟାରେ କାଠଯୋଡି ନଦୀକୁ ଡେଇଁଥିବା ନଣନ୍ଦେଇ ଓ ଶଳାଭାଉଜ ଜୀବିତ ଉଦ୍ଧାର। ଉଭୟଙ୍କୁ ଆଜି ସକାଳେ ଜୀବିତ ଉଦ୍ଧାର କରାଯାଇ ପୁରୀଘାଟ ଥାନାକୁ ନିଆଯାଇଥିଲା। ସେଠାରୁ ପୁଲିସ ଉଭୟଙ୍କୁ ମେଡିକାଲକୁ ନେଇଛି। ଚୋରା ପୀରତିରେ ଲିପ୍ତ ଜଣେ ବ୍ୟକ୍ତି ନିଜ ଶଳାଭାଉଜଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ନେତାଜୀ ସେତୁ ଉପରେ ମୋବାଇଲ ଓ ଆଧାରକାର୍ଡ ରଖି ଉଛୁଳା କାଠଯୋଡି ନଦୀକୁ ଡେଇଁ ପଡିଥିଲେ। ସେମାନଙ୍କୁ ଖୋଜାଖୋଜି କରିବା ପରେ ସନ୍ଧାନ ନମିଳିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ନଈକୁ ଡେଉଁ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ଉଭୟ ଉଦ୍ଧାର ପରେ ପୁରୀଘାଟ ଥାନା ପୁଲିସ ଘଧଣା ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଙ୍କି ଅଞ୍ଚଳରେ ବୋଲି ଜଣାପଡିଛି। କଟକ ନିମସାହିର କୃଷ୍ଣ ମୁଦୁଲିଙ୍କ ସହ ବାଙ୍କି ଥାନା ବାଆଁରା ପଞ୍ଚାୟତ ଅନ୍ତର୍ଗତ ରାମଚଣ୍ଡୀ ଗାଁର ଜନୈକ ବ୍ୟକ୍ତିଙ୍କ ପତ୍ନୀ ବର୍ଷାଙ୍କର ପ୍ରେମ ସମ୍ପର୍କ ରହିଥିଲା। ସେମାନେ ସମ୍ପର୍କରେ ନଣନ୍ଦେଇ ଓ ଶଳାଭାଉଜ। ବର୍ଷାଙ୍କର ଗୋଟିଏ ପୁଅ ଓ ଝିଅ ଥିବାବେଳେ ସେ ପ୍ରେମିକ କୃଷ୍ଣଙ୍କ ସହ ମାସେ ତଳେ ଫେରାର ହୋଇଯାଇଥିଲେ। ବର୍ଷାଙ୍କୁ ତାଙ୍କ ସ୍ୱାମୀ ବୁଝାସୁଝା କରି ଘରକୁ ଫେରାଇ ଆଣିବା ଉଦ୍ୟମ କରୁଥିଲେ। ବର୍ଷା ଫେରୁନଥିବାରୁ ସ୍ୱାମୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶଳାଭାଉଜ ଓ ନଣନ୍ଦେଇଙ୍କୁ ଡାକି ବୁଝାସୁଝା କରିବା ସହ ଘରକୁ ଫେରିବା ପାଇଁ ବର୍ଷାଙ୍କୁ ପରମର୍ଶ ଦେଇଥିଲେ। ମାତ୍ର ଏହା ସଫଳ ହୋଇନଥିଲା। ‘ଆମକୁ ଅଲଗା କରାଗଲେ ନଦୀକୁ ଡେଇଁ ଆତ୍ମହତ୍ୟା କରିବୁ ବୋଲି ପ୍ରେମୀ ଯୁଗଳ କହିଥିଲେ।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories