www.samajalive.in
Saturday, December 6, 2025
26.1 C
Bhubaneswar

ଜଳାଶୟ ଭିତରେ ଛିଡ଼ା ହୋଇ ଆକୁଳ ନିବେଦନ କରୁଛନ୍ତି ବାଂଲାଦେଶୀ ହିନ୍ଦୁ; ଆମକୁ ଭାରତ ଆସିବାକୁ ଦିଅ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି ସତ, କିନ୍ତୁ ହିଂସା ଥମୁନାହିଁ। ବିକ୍ଷୋଭକାରୀମାନେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ଦେଶରେ ରହୁଥିବା ଅନେକ ହିନ୍ଦୁ ପରିବାର ଘରଦ୍ଵାର ଛାଡ଼ି ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଛନ୍ତି। ସେମାନେ ସମସ୍ତେ ଭାରତ ଆସିବାକୁ ଚାହୁଁଛନ୍ତି। ଜଳାଶୟ ଭିତରେ ରହି ଭାରତ ଆସିବାକୁ ଅନୁମତି ଦେବା ଲାଗି ଭାରତୀୟ ଯବାନଙ୍କୁ ଅନୁରୋଧ କରୁଛନ୍ତି। ସୀମାନ୍ତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ପଶ୍ଚିମବଙ୍ଗ ସୀମାନ୍ତ କୁଚବିହାର ଅନ୍ତର୍ଗତ ସିତାଲକୁଚୀରେ ପ୍ରାୟ ୧ ହଜାରରୁ ଅଧିକ ବାଂଲାଦେଶୀ ହିନ୍ଦୁ ଜଳାଶୟ ଭିତରେ ରହି ଏପରି ଆକୁଳ ନିବେଦନ କରୁଛନ୍ତି। ଏହା ସହିତ ସେମାନେ ଜୟ ଶ୍ରୀରାମ ନାରା ଲଗାଉଛନ୍ତି। ସୀମାରେ ଜଗିଥିବା ବିଏସଏଫ ଯବାନମାନେ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି। ସେହିପରି କାଶିୟାର ବରୁରୀ ଅଞ୍ଚଳର ପଠାନଟୁଲୀ ଗାଁ ସୀମାରେ ବି ବହୁ ସଂଖ୍ୟକ ବାଂଳାଦେଶ ହିନ୍ଦୁ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ବି ଜୟ ଶ୍ରୀରାମ, ଭାରତ ମାତା କୀ ଜୟ ନାରା ଦେଉଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories