୭ ଏୟାରବ୍ୟାଗ ଓ ଆକର୍ଷଣୀୟ ଲୁକ୍ ସହିତ ବଜାରକୁ ଆସିଲା ଦୁଇଟି କାର୍

ସମାଜ ଡିଜିଟାଲ ଡେସ୍କ: କାର କିଣିବା ସମୟରେ ପ୍ରଥମେ ମନକୁ ଆସେ ତାହାର ମୂଲ୍ୟ କେତେ ଏବଂ ତାହା କେତେ ସୁରକ୍ଷିତ। ଏଭଳି ପ୍ରଶ୍ନ ଆଣୁଥିବା କାରପ୍ରେମୀଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି। କାରଣ ୭ଟି ଏୟାରବ୍ୟାଗ ସହିତ ବଜାରକୁ ଆସିଛି ୨ଟି କାର। ଏହି କାର୍ ଦୁଇଟି ହେଉଛି ଟାଟା ସଫାରୀ ଏବଂ ହ୍ୟାରିୟରର ନୂଆ ଷ୍ଟିଲ୍ଥ ଏଡିସନ। ତେବେ କମ୍ପାନୀ ପକ୍ଷରୁ ଏହି ସ୍ଵତନ୍ତ୍ର ଏଡିସନରେ କିଛିଟା ପରିବର୍ତ୍ତନ କରାଯାଇଛି। ସେଥିରୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଏହି କାର୍ ଦୁଇଟିର ଲୁକ୍ସ। ପୂର୍ବାପେକ୍ଷା କାର ଦୁଇଟିର ଲୁକ୍ସ ଅତ୍ୟନ୍ତ ବୋଲ୍ଡ ହୋଇଛି। କଳା ରଙ୍ଗ ସାଙ୍ଗକୁ ଫେସଲିଫ୍ଟ ଆମ୍ବିଏନ୍ସ ଲାଇଟ ଗାଡ଼ି ଦୁଇଟିକୁ ବେଶ୍ ଆକର୍ଷଣୀୟ କରିଛି।
ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ବିବେକ ଶ୍ରୀବତ୍ସ କହିଛନ୍ତି, ଟାଟା ମୋଟର୍ସ ଦୀର୍ଘ ସମୟ ଧରି ଭାରତରେ ଏସୟୁଭି ସେଗମେଣ୍ଟରେ ସବୁଠୁ ଆଗରେ ରହିଛି। ଟାଟା ସଫାରୀର ୨୭ ବର୍ଷ ପୂର୍ତ୍ତି ଅବସରରେ ନୂଆ ସ୍ଵତନ୍ତ୍ର ଷ୍ଟିଲ୍ଥ ଏଡିନ ଲଞ୍ଚ କରାଯାଇଛି। ଉଭୟ ଗାଡ଼ିକୁ ଷ୍ଟିଲ୍ଥ ମ୍ୟାଟ୍ ବ୍ଲାକ ରଙ୍ଗରେ ଆକର୍ଷଣୀୟ କରାଯାଇଛି। ହ୍ୟାରିୟର ସ୍ଵତନ୍ତ୍ର ଏଡିସନର ନୂଆଦିଲ୍ଲୀ ଏକ୍ସ ଶୋ’ରୁମ ମୂଲ୍ୟ ୨୫ ଲକ୍ଷ ୯ ହଜାର ଥିବାବେଳେ ସଫାରୀର ପ୍ରାରମ୍ଭିକ ଏକ୍ସ ଶୋ’ରୁମ ମୂଲ୍ୟ ୨୫ ଲକ୍ଷ ୭୪ ହଜାର ଟଙ୍କା ରହିଛି।
କମ୍ପାନୀ ପକ୍ଷରୁ ନୂଆ ଏଡିସନରେ ସୁରକ୍ଷାକୁ ବେଶ ଗୁରୁତ୍ଵ ଦିଆଯାଇଛି। ଏଥିରେ ଲେଭଲ ୨ ଆଡଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ(ଏଡିଏଏସ)ର ସୁରକ୍ଷା ଦିଆଯାଇଛି। ପ୍ରଥମ ଥର ଲାଗି ଇଣ୍ଟେଲିଜେଣ୍ଟ ସ୍ପିଡ୍ ଆସିଷ୍ଟ ଫିଚର, ୭ଟି ଏୟାରବ୍ୟାଗ ରହିଛି।
Comments are closed.