www.samajalive.in
Saturday, December 6, 2025
23.1 C
Bhubaneswar

ଯାଜପୁର ହଇଜା ସ୍ଥିତି ଗୁରୁତର, ଆଉ ୨ ଜଣଙ୍କ ମୃତ୍ୟୁ

ଯାଜପୁର ସଦର/ଦାନଗଦି/ଧର୍ମଶାଳା: ଯାଜପୁର ଜିଲାରେ ଝାଡ଼ାବାନ୍ତି ସ୍ଥିତି ଗୁରୁତର ରହିଛି। ପ୍ରତିଦିନ ଯେତିକି ସୁସ୍ଥ ହେଉଛନ୍ତି ତାଠାରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଶନିବାର ଦାନଗଦି ବ୍ଲକ ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨) ଓ ଯାଜପୁର ଟାଉନର ମଦନମୋହନ ସେନାପତି (୬୨)ଙ୍କ ମୃତ୍ୟୁ ପରେ ସଂଖ୍ୟା ୧୪ ଛୁଇଁଛି। ଗତ ୨୪ ଘଣ୍ଟା ଭିତରେ ଦାନଗଦି ବ୍ଲକରେ ଆଉ ୪୬ ଜଣ ଆକ୍ରାନ୍ତ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨)ଙ୍କ ମୃତ୍ୟୁ ଘଟିଛି। ରାଣୀପଡ଼ା ପଞ୍ଚାୟତ କଙ୍କଡ଼ାଝର ଗାଁର ମିନତି ପେରେଇ (୨୭)ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟାରେ ଚିକିତ୍ସାଧୀନଙ୍କ ମଧ୍ୟରୁ ସୁସ୍ଥ ହେବା ପରେ ୧୩ ଜଣଙ୍କୁ ଛାଡ଼ି ଦିଆଯାଇଛି। ତରାଇଲୋ ଗାଁରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଚାଲୁ ରହିଛି। ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ମୁଖ୍ୟ ଚିକିତ୍ସାଳୟରେ ୮୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ଜନସ୍ୱାସ୍ଥ୍ୟ ବିଭାଗ ପ୍ରଥମ ପର୍ଯ୍ୟାୟରେ ୪୧ଜଣଙ୍କର ଝାଡ଼ା ନମୁନା ପରୀକ୍ଷା ପରେ ୮ ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ଆଜି ଆଉ ୩ଜଣ ହଇଜା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନେ ବର୍ତ୍ତମାନ ବଡ଼ଚଣା, ବ୍ୟାସନଗର, ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଅତିରିକ୍ତ ଚିକିତ୍ସାଧିକାରୀ ଡା. ଅନୁପ କୁମାର ନାଥଶର୍ମା ସୂଚନା ଦେଇଛନ୍ତି। ୨୦୦ ରୋଗୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ରିପୋର୍ଟ ଆସିଲେ ହଇଜା ରୋଗୀଙ୍କ ସଂଖ୍ୟା କେତେ ହେବ ତାହା ସ୍ପଷ୍ଟ ହୋଇଯିବ।
ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି। ଜଳଉତ୍ସ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରାଯିବା ସହିତ ଲୋକଙ୍କୁ ହାଲୋଜେନ ବଟିକା ପ୍ରଦାନ କରାଯାଉଛି। ଯେପରି ସ୍ଥିତିରେ ସୁଧାର ଆସିବ ସେ ନେଇ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରୁଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories