www.samajalive.in
Saturday, December 6, 2025
15.1 C
Bhubaneswar

ଆଖି ବୁଜିଲେ ଆଉ ୨ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଟିକରି ଏବଂ କୁଣ୍ଡଳୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡାରେ ଚାଷୀମାନେ ଧାରଣା ଦେଇଛନ୍ତି। ତେବେ ଥଣ୍ଡା ସାଙ୍ଗକୁ ବର୍ଷା ହେବା ଯୋଗୁ ଆନ୍ଦୋଳନରତ ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଆନ୍ଦୋଳନ ସ୍ଥଳରେ ଶୋକାକୂଳ ବାତାବରଣ ସୃଷ୍ଟି କରିଛି।

ମୃତ କୃଷକଦ୍ବୟଙ୍କ ପରିବାରବର୍ଗ କହିଛନ୍ତି, ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ସରକାର ଦାୟୀ। କାରଣ ସରକାର ଚାଷୀମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଟିକରି ସୀମାରେ ପ୍ରାଣ ହରାଇଥିବା ଚାଷୀ ଜଣକ ହେଲେ ଜୁଗବୀର ସିଂହ। କୁଣ୍ଡଳୀ ସୀମାରେ ମୃତ୍ୟୁବରଣ କରିଥିବା ଚାଷୀ ହେଉଛନ୍ତି କୁଲବୀର ସିଂହ।

- Advertisement -

ରବିବାର ସକାଳେ ଟିକରି ସୀମାରେ ପ୍ରଥମେ ୬୫ ବର୍ଷୀୟ ଜୁଗବୀରଙ୍କ ମୃତ୍ୟୁ ଘଟିଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜିନ୍ଦର ଇଟଲ କଲାଙ୍ଗ ଗାଁରେ ଜୁଗବୀରଙ୍କ ଘର ସେ ଆରମ୍ଭରୁ ଏହି ଆନ୍ଦୋଳନ ସ୍ଥଳରେ ଧାରଣାରେ ବସିଥିଲେ। ସେହିପରି ସୋନିପତ ଗଙ୍ଗାନା ଗାଁର ଚାଷୀ ୪୫ ବର୍ଷୀୟ କୁଲବୀରଙ୍କର ମଧ୍ୟ ଆଜି ମୃତ୍ୟୁ ହୋଇଛି। ସେ ବି ଆରମ୍ଭରୁ ଆନ୍ଦୋଳନରେ ସାମିଲ ଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ଏହା ସହିତ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ମୃତ ଚାଷୀଙ୍କ ପରିବାର ଲୋକେ ସହାୟତା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ପ୍ରାୟ ୩୭ ଦିନ ହେବ ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ରୁ ଅଧିକ ଚାଷୀ ଥଣ୍ଡା ଯୋଗୁ ପ୍ରାଣ ହରାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories