ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭାଇରାଲ୍ ହେଉଥିବା ଭିଡିଓ ଦେଖି ଭୟଭୀତ ଲାଗିଥାଏ । ନିକଟରେ ଦ୍ରୁତ ଗତିରେ ଭାଇରାଲ୍ ହେଉଥିବା ଭୟଙ୍କର ଷଣ୍ଢ ଲଢେଇ ଓ ଜଣେ ଯୁବତୀଙ୍କ ଭିଡିଓ ଦେଖି ଛାତି ଥରି ଉଠିବ । ଭିଡିଓଟି ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ରାସ୍ତାରେ ଅନେକ ସମୟରେ ଷଣ୍ଢ ଲଢେଇ କରୁଥିବା ଦୃଶ୍ୟ ତ ଦେଖିଥିବେ । ଏହି ସମୟରେ ଷଣ୍ଢଙ୍କ ନିକଟବର୍ତ୍ତି ନ ହୋଇ ଦୂରରୁ ପାଣି ପକାଇବାକୁ କୁହାଯାଏ । ତେବେ ଅନେକ ସମୟରେ ଷଣ୍ଢ ଲଢେଇ କାରଣରୁ ଜୀବନ ପ୍ରତି ବିପଦ ସହ ଏମାନଙ୍କ ଆକ୍ରମଣର ଶିକାର ହେବାକୁ ମଧ୍ୟ ପଡିଥାଏ । ଏଭଳି ଏକ ଭିଡିଓ ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ ସହ ଭୟଭୀତ କରୁଛି । ଏହି ଭିଡିଓ ଦେଖିଲେ ଭୟରେ ଥରି ଉଠିବେ ।
ଭିଡିଓରେ ଦେଖିପାରିବେ, ୨ଟି ଷଣ୍ଢ ପରସ୍ପର ସହ ଖୁବ୍ ଜୋର୍ରେ ଲଢେଇ କରୁଛନ୍ତି । ସେହି ସମୟରେ ହଠାତ୍ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ସେମାନଙ୍କ ନିକଟତର ହୋଇଯାଉଛନ୍ତି । ଏହାପରେ ଯୁବତୀ ଜଣକ ଷଣ୍ଢ ଆକ୍ରମଣର ଶିକାର ହେବା ସହ ଷଣ୍ଢ ତାଙ୍କୁ କଚାଡି ଦେଉଛି । ଯୁବତୀ ଜଣକ ରାସ୍ତା ଉପରେ ପଡି ଯାଉଛନ୍ତି । ଏହାପରେ ସେ ଖୁବ୍ ଭୟଭୀତ ହୋଇ ରାସ୍ତାରୁ ଉଠୁଛନ୍ତି । ଭିଡିଓଟି ଏତିକିରେ ଶେଷ ହୋଇଛି । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..



