www.samajalive.in
Sunday, December 14, 2025
14.1 C
Bhubaneswar

ଚାକିରି ପାଇଁ ଆସି ଜୀବନ ହରାଇଲେ ୨ ଆଶାୟୀ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଚାକିରି କରିବାକୁ ଆସି ଜୀବନ ହରାଇଛନ୍ତି ଦୁଇ ଜଣ ଆଶାୟୀ। ରବିବାର ଝାରସୁଗୁଡ଼ା ଏବଂ ଗଞ୍ଜାମ ଜିଲାରେ ଶାରିରୀକ ପରୀକ୍ଷା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନେପାଳର ଯୁବକ ଥିବାବେଳେ ଅନ୍ୟ ଜଣେ ଗଞ୍ଜାମ ଜିଲା ତାରସିଂ ଥାନା ତୁଳସୀପଲ୍ଲୀ ଅଞ୍ଚଳର ଶିବରାମ ପ୍ରଧାନ।

ରବିବାର ଝାରସୁଗୁଡ଼ାର ରିଜର୍ଭ ପୁଲିସ ପଡ଼ିଆରେ ଓଏସଏପି ୨ୟ ବାଟାଲିୟନ ପରୀକ୍ଷା ପାଇଁ ଅଭ୍ୟାସ ଚାଲିଥିଲା।  ଏହି ସମୟରେ ଜଣେ ଯୁବକ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ନେପାଳରୁ ଆସିଥିବା ଗୋବିନ୍ଦ କୁମାଲ।

- Advertisement -

ସେହିପରି ଗଞ୍ଜାମ ଛତ୍ରପୁରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଅନୁରୂପ ଏକ ଘଟଣା ଘଟିଛି।  ହୋମଗାର୍ଡ ପଦବୀ ପାଇଁ ଦୌଡ଼ ପରୀକ୍ଷା ସମୟରେ ଜ​‌ଣେ ଯୁବକ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories