ସମାଜ ଡିଜିଟାଲ ଡେସ୍କ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ରବିବାର ହାଇଭୋଲଟେଜ ମ୍ୟାଚରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛି। ପହଲଗାଓଁ ଆକ୍ରମଣକୁ ନେଇ ଦେଶବ୍ୟାପୀ ବିରୋଧ ସତ୍ବେ ଭାରତ ପାକିସ୍ତାନ ସହିତ ପଡ଼ିଆକୁ ଓହ୍ଲାଇଛି। ଟି-୨୦ ବିଶିଷ୍ଟ ଏହି ମ୍ୟାଚରେ ପାକିସ୍ତାନ ୧୨ ଓଭର ଖେଳ ଶେଷ ସୁଦ୍ଧା ୪ ଉଇକେଟ ବିନିମୟରେ ୬୨ ରନ ସଂଗ୍ରହ କରିଛି। ଭାରତୀୟ ବୋଲରଙ୍କ ପ୍ରଭାବୀ ବୋଲିଂ ଫଳରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।
ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳକୁ ପ୍ରଥମ ଓଭରର ପ୍ରଥମ ବଲରେ ଝଟକା ଲାଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ବଲରେ ସଇମ ଆୟୁବଙ୍କୁ ହାଉଟ୍ କରି ଟିମ ଇଣ୍ଡିଆକୁ ପ୍ରତମ ସଫଳତା ଦେଇଥିଲେ। ଏହା ପରେ ଯଶପ୍ରୀତ ବୁମରା ନିଜର ପ୍ରଥମ ଓଭରରେ ଉଇକେଟ ନେଇ ପାକିସ୍ତାନକୁ ୨ୟ ଝଟ୍କା ଦେଇଥିଲେ। ତେବେ ଭାରତୀୟ ସ୍ପିନର ଅକ୍ଷର ପଟେଲ ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ୩ ଓଭର ବୋଲିଂ କରି ୨ଟି ଉଇକେଟ ଅକ୍ତିଆର କରିଛନ୍ତି।



