ସମାଜ ଡିଜିଟାଲ ଡେସ୍କ: ନବରଙ୍ଗପୁର ଜିଲାର ଜଣେ ନର୍ସିଂ ଛାତ୍ରୀଙ୍କୁ ନିର୍ଯାତନା ଦେବା ଏବଂ ତାଙ୍କ ଫଟୋ ଭାଇରାଲ କରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଛାତ୍ରୀଙ୍କ ସହିତ ଫଟୋରେ ଥିବା ଯୁବକ ଏବଂ ଉକ୍ତ ଫଟୋକୁ ଭାଇରାଲ କରିଥିବା ଅଭିଯୁକ୍ତ ସତ୍ୟଜିତ ସରକାରକୁ ପୁଲିସ ଗିରଫ କରିଛି।
ଛାତ୍ରୀଙ୍କ ସହିତ ଫଟୋରେ ଥିବା ଯୁବକ ଜଣେ ସିକ୍ୟୁରିଟି ଗାର୍ଡ। ସେ ଜୟପୁର ଡାକ୍ତରଖାନାରେ କାର୍ଯ୍ୟ କରନ୍ତି। ଛାତ୍ରୀଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିବାକୁ ସେ ସତ୍ୟଜିତକୁ ଦେଇଥିଲା। ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ନବରଙ୍ଗପୁର ପୁଲିସ ଗିରଫ କରିଥିବାବେଳେ ସତ୍ୟଜିତକୁ ରାଇଘର ପୁଲିସ ନୟାଗଡ଼ର ଦଶପଲ୍ଲା ଅଞ୍ଚଳରୁ କାବୁ କରିଛି।
ନର୍ସିଂ ଛାତ୍ରୀ ନିର୍ଯାତନା ଘଟଣାରେ ୨ ଗିରଫ
Popular Categories



