www.samajalive.in
Saturday, December 6, 2025
14.1 C
Bhubaneswar

ବଦଳିଲା ଟ୍ୱିଟର ଲୋଗୋ : ଏଣକି ‘ବ୍ଲୁ ବାର୍ଡ’ ନୁହେଁ ରହିବ ‘ଡଗି’ ଲୋଗୋ

ନୂଆଦିଲ୍ଳୀ : ଆଜି ଠାରୁ ପରିବର୍ତ୍ତନ ହେଲା ଟ୍ୱିଟର ଲୋଗୋ। ମାଇକ୍ରୋବ୍ଲଗିଂ ସାଇଟ୍‌‌ ଟ୍ୱିଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଲନ ମସ୍କ ବଦଳାଇଛନ୍ତି ଟ୍ୱିଟରର ଲୋଗୋ। ପୂର୍ବରୁ ଥିବା ‘ବ୍ଲୁ ବାର୍ଡ’ ବଦଳରେ ଏଣିକି ‘ଡଗି’ ଲୋଗୋ ରହିବ। ଗତ ବର୍ଷ ଅକ୍ଟୋବରରେ କମ୍ପାନୀର ଦାୟିତ୍ୱ ଗ୍ରହଣ ପରେ ଇଲନ ମସ୍କ ନୂତନ ନୀତି ଓ ପରିବର୍ତ୍ତନ ଆଣିବାରେ ସକ୍ରିୟ ରହିଛନ୍ତି। ପୂର୍ବରୁ ଟ୍ୱିଟର ରହିଥିବା ‘ବ୍ଲୁ ବାର୍ଡ’ ଲୋଗୋ ପରିବର୍ତ୍ତନ ହୋଇ ବ୍ୟବହାରକାରୀ ମାନେ ଆଜି ଠାରୁ ଏହି ନୂତନ ‘ଡଗି’ର ମୁହଁ ଦେଖିବାକୁ ପାଇଛନ୍ତି।
ଏହି ପର୍ୟ୍ୟାୟରେ, ମସ୍କ ଟ୍ୱିଟରର ଜଣାଶୁଣା ‘ପକ୍ଷୀ ଲୋଗୋ’ ଅର୍ଥାତ୍ ପକ୍ଷୀର ଟ୍ରେଡ୍ ମାର୍କ ପ୍ରତୀକକୁ ପରିବର୍ତ୍ତନ କରିଛନ୍ତି।। ଟ୍ୱିଟରର ଡେସ୍କଟପ୍ ବ୍ୟବହାରକାରୀମାନେ ବର୍ତ୍ତମାନ ନୀଳ ପକ୍ଷୀ ବଦଳରେ କୁକୁରର ଚିତ୍ର ଦେଖୁଛନ୍ତି।


ଇଲନ ମସ୍କ ନିଜେ ନିଜ ଟ୍ୱିଟରରେ ଏକ କାର୍ଟୁନ୍ ଟ୍ୱିଟ୍ କରିଛନ୍ତି ,ଯେଉଁଥିରେ ଏହି କୁକୁର ଟ୍ରାଫିକ୍ ପୁଲିସକୁ ନିଜର ପରିଚୟ ପତ୍ର ଦେଖାଉଛି ଏବଂ ଏଥିରେ ଥିବା ଟ୍ୱିଟର ପକ୍ଷୀକୁ ପୁରୁଣା ଚିତ୍ର କହୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories