www.samajalive.in
Saturday, December 6, 2025
19.1 C
Bhubaneswar

ପରିମଳ ସମସ୍ୟାର ସମାଧାନ ଦାବି

ସମ୍ବଲପୁର  : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ସଂଖ୍ୟା ୧୧ର ଲରପଙ୍କ ଗ୍ରାମାଞ୍ଚଳରେ ଥିବା ଏକ ରାଇସ ମିଲ ସମ୍ମୁଖରେ ନାଳ ପାଣି ଜମି ରହୁଛି। ଫଳରେ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ପରିବେଶ ଦୂଷିତ ଏବଂ ମଶା ପ୍ର।ର୍ଦୁଭାବ ବେଶ ବୃଦ୍ଧି ପାଇଛି। ନାଳ ପାଣି ନିଷ୍କାସିତ ହୋଇ ପାରୁ ନ ଥିବାରୁ ଅଞ୍ଚଳରେ କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି ଏବଂ ଲୋକେ ଘରୁ ବାହାରିବାରେ ମଧ୍ୟ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ସତ୍ୱେ ସମସ୍ୟାର ସମାଧାନ ହେଉ ନ ଥିବାରୁ ଲୋକେ ସୋମବାର ମହାନଗର ନିଗମର କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି। ସମ୍ବଲପୁର ଜିଲା ବିଜୁ ଯୁବ ଜନତା ଦଳର ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ଅଞ୍ଚଳବାସୀ ପ୍ରଶାନ୍ତ ପଣ୍ଡା, ପ୍ରଣୟ ଦାସ, ସୁନୀଲ ସିଂ, ଜଗଦୀଶ ସାହୁ, ସଞ୍ଜୟ ଯାଦବ, ମାଧବ ସିଂ ପ୍ରମୁଖ ମହାନଗର ନିଗମ କମିଶନର ପ୍ରଦୀପ ସାହୁଙ୍କୁ ସାକ୍ଷାତକାର କରି ଆଲୋଚନା କରିଥିଲେ। କମିଶନର ଆଗାମୀ ୧ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିନିଧି ମଣ୍ଡଳକୁ ପ୍ରତିଶ୍ରୁତି  ପ୍ରଦାନ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories