ସମ୍ବଲପୁର : କଣ୍ଟାବାଞ୍ଜି ଅଞ୍ଚଳର ନିବାସୀ ପ୍ରଶାନ୍ତ ଖୁରା ପରୀକ୍ଷା ଦେବା ପାଇଁ ରେଳ ଯୋଗେ ସମ୍ବଲପୁରକୁ ଗତ ୩୧ ତାରିଖରେ ଆସିଥିଲେ। ସେ ସମ୍ବଲପୁରର ସିଟି ଷ୍ଟେସନ ନିକଟରୁ ପଡିଆବାହାଲ ନିବାସୀ ଶୈଳେନ୍ଦ୍ର ମେହେରଙ୍କ ଅଟୋରେ ବସି ସହରକୁ ଆସିଥିଲେ। ତେବେ ଓହ୍ଲାଇବା ସମୟରେ ତାଙ୍କର ବ୍ୟାଗ, ମୋବାଇଲ, ନଗଦ ୧୨ ହଜାର ୫ ଶହ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଅଟୋରେ ଭୁଲି ଯାଇଥିଲେ। ଏଣୁ ତୁରନ୍ତ ଧନୁପାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ସିସିଟିଭି ଆଦି ଯାଞ୍ଚ କରି ଅଟୋ ସର୍ମ୍ପକରେ ପତ୍ତା ପାଇଥିଲା। ଏହା ପରେ ଅଟୋ ଚାଳକଙ୍କୁ ଯୋଗାଯୋଗ କରିବାରୁ ସହୃଦୟ ବ୍ୟକ୍ତି ଶ୍ରୀ ମେହେର ତୁରନ୍ତ ଧନୁପାଲି ଥାନାକୁ ଆସି ସମସ୍ତ ସାମଗ୍ରୀ ଓ ଟଙ୍କା ଥାନା ଜରିଆରେ ଶ୍ରୀ ଖୁରାଙ୍କୁ ଫେରାଇଥିଲେ। ଧନୁପାଲି ପୁଲିସର ତ୍ୱରିତ ପଦକ୍ଷେପ ଓ ଅଟୋ ଚାଳକଙ୍କ ମହାନ ସହାୟତା ପାଇଁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।
Popular Categories



