www.samajalive.in
Sunday, December 7, 2025
14.1 C
Bhubaneswar

ଆଉ ମାଗଣା ନୁହେଁ ଟ୍ୱିଟର: ଟ୍ୱିଟ୍‌ କଲେ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଳୀ: ଟ୍ୱିଟରର ମାଲିକ ପରିବର୍ତ୍ତନ ହେବା ପରେ ଦିନକୁ ଦିନ ଟ୍ୱିଟରକୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସୁଛି । ଏଲନ୍‌ ମସ୍କ ଟ୍ୱିଟରକୁ କିଣିବା ପରେ ଜୋରଦାର ଚର୍ଚ୍ଚାରେ ରହିଛି ଟ୍ୱିଟର । ବର୍ତ୍ତମାନର ଖବର ଅନୁସାରେ ଏଣିକି ଟ୍ୱିଟର ସମ୍ପୂର୍ଣ୍ଣ ମାଗଣା ଟ୍ୱିଟ୍‌ ଉପରେ ରୋକ୍‌ ଲଗାଇବ । ଅର୍ଥାତ୍‌ ଟ୍ୱିଟ୍‌ କଲେ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡ଼ିବ । ହେଲେ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ବାଣିଜ୍ୟିକ ସଂସ୍ଥା ଉପରେ ଏହି ନିୟମ ଲାଗୁ କରିବ ଟ୍ୱିଟର । ସଂସ୍ଥା ଗୁଡ଼ିକ ଟ୍ୱିଟ୍‌ କଲେ ଟ୍ୱିଟ୍‌ ଉପରେ ଦେୟ କରିବାକୁ ପଡ଼ିବ । ହେଲେ ସାଧାରଣ ୟୁଜର୍ସଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି ।

ସୂଚନା ଥାଉକି ଗତ କିଛି ଦିନ ତଳେ ଏଲନ୍‌ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାର ବିନିମୟରେ କିଣିଥିଲେ । କିଣିବା ପରେ ଟ୍ୱିଟରକୁ ନେଇ କିଛି ପରିବର୍ତ୍ତନ କରିବାକୁ ଆଶା କରିଛନ୍ତି । ଏମିତିକି କମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲଙ୍କୁ ହଟାଇବାକୁ ମଧ୍ୟ ଚାହୁଁଥିବା ଖବର ଆସୁଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories