www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ୱିଟର ପାଇଲା ନୂଆ ମାଲିକ; ସିଇଓ ରହିବେ ପରାଗ !

ନ୍ୟୁୟର୍କ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ହାତକୁ ଯାଇଛି ଟ୍ୱିଟର । ୪୪ ବିଲିୟନ ଡଲାର ବିନିମୟରେ ଟ୍ୱିଟରକୁ କିଣିଛନ୍ତି ଏଲନ୍‌ । ଇ-କାର୍‌ କମ୍ପାନୀ ଟେସଲାର ମାଲିକ ଏଲନ୍‌ ମସ୍କ ଟ୍ୱିଟରର ନୂଆ ମାଲିକ ହୋଇଥିବା ବେଳେ ବର୍ତ୍ତମାନ କମ୍ପାନୀର ବଡ଼ ବଡ଼ ପଦବୀକୁ ନେଇ ବେଶ ଚର୍ଚ୍ଚ ହେଉଛି । ପରାଗ ଅଗ୍ରୱାଲ ଟ୍ୱିଟର କମ୍ପାନୀର ସିଇଓ ରହିଛନ୍ତି । ବର୍ତ୍ତମାନ ଏଲନ୍‌ ମସ୍କ ମାଲିକ ହେବା ପ​ରେ ସିଇଓ ପାରାଗ ଅଗ୍ରୱାଲଙ୍କୁ ବରଖାସ୍ତ କରାଯାଇପାରେ ।

ଆଉ ତାଙ୍କ ବଦଳରେ ନୂତନ ସିଇଓ ଅନ୍ୟ କେହି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  ତେବେ କମ୍ପାନୀ ପରାଗଙ୍କୁ ବରଖାସ୍ତ କଲେ ତାଙ୍କୁ ବିପୁଳ ପରିମାଣର ଅର୍ଥ ଦେବାକୁ ପଡିବ। ପାରାଗ ଅଗ୍ରୱାଲ କମ୍ପାନୀର ପ୍ରଥମ ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ଥିଲେ । ପରେ ତାଙ୍କୁ ଗତ ବର୍ଷ ନଭେମ୍ବରରେ କମ୍ପାନୀର ସିଇଓ କରାଯାଇଥିଲା ।

- Advertisement -

୨୦୨୧ ନିମନ୍ତେ ପରାଗଙ୍କର ସମୁଦାୟ ଅନୁକମ୍ପାରଶି ୩.୦୪ କୋଟି ଡଲାର ଥିଲା, ଯେଉଁଥିରୁ ଅଧିକାଂଶ ଷ୍ଟକ ଆୱାର୍ଡ ରୂପେ ମିଳିଥିଲା । ହେଲେ ବର୍ତ୍ତମାନ ଯଦି ଟ୍ୱିଟର ପରାଗଙ୍କୁ ବରଖାସ୍ତ କରେ ତେବେ ମୋଟା ଅଙ୍କର ଟଙ୍କା ଗଣିବ । ରିସର୍ଚ୍ଚ ଫାର୍ମ ଇକ୍ୱିଲାର ତଥ୍ୟ ଅନୁଯାୟୀ, ଏଥିନିମନ୍ତେ ପରାଗଙ୍କୁ ୪.୨ କୋଟି ଡଲାର ଅର୍ଥାତ ୩୨୧.୬ କୋଟି ମିଳିବ ।  ହେଲେ ବର୍ତ୍ତମାନ ପରାଗଙ୍କ ଭବିଷ୍ୟତିକୁ ନେଇ ପ୍ରଶ୍ନ ଉଠିଛି । ଆଗାମୀ ଦିନରେ ଏଲନ୍‌ ମସ୍କ ଓ ପରାଗଙ୍କ ମଧ୍ୟରେ କିପରି ବ୍ୟବସାୟିକ ସ୍ଥିତି ରହିବ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories