ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ପୁଳିସ ଆଜି ସକାଳୁ ବେଆଇନ ପାଉଁଶ ବୋଝେଇ କରି ପରିବହନ କରୁଥିବା ୨୩ ଟି ହାଇୱା ଜବତ କରିଛି। ପଡୋଶୀ ଝାରସୁଗୁଡା ଜିଲ୍ଲାର କାରଖାନାରୁ ନିର୍ଗତ ବର୍ଜ୍ୟ ପାଉଁଶ ବୋଝେଇ ହାଇୱା ଠେଲକୋଲୋଇ ହାଇସ୍କୁଲ ପାଖ ପଡିଆରେ ଡମ୍ପିଂ ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାଉଁଶ ପରିବହନ ପାଇଁ ଆବଶ୍ୟକ ଅନୁମତି ଓ ଟ୍ରାନଜିଟ୍ ପାସ୍ ଆଦି ଆନୁସଙ୍ଗିକ ଦସ୍ତାବିଜ୍ ନଥାଇ ବେଆଇନ ପାଉଁଶ ପରିବହନ ଏବଂ ଡମ୍ପିଂ କରୁଥିବା ଯାଞ୍ଚ ସମୟରେ ଜଣା ପଡିଥିଲା ବୋଲି ଠେଲକୋଲୋଇ ଆଇଆଇସି ବୁଲୁ ସ୍ବାଇଁ ସୂଚନା ଦେଇଛନ୍ତି।
Popular Categories



