www.samajalive.in
Monday, December 15, 2025
26.1 C
Bhubaneswar

ଆସିଲା ଭାରତର ପ୍ରଥମ ହାଇପର ସ୍ପୋର୍ଟ ସ୍କୁଟର, ମିଳିବ ୫୦ ଅତ୍ୟାଧୁନିକ ଫିଚର୍

ଭୁବନେଶ୍ବର : ଟିଭିଏସ୍ ମୋଟର କମ୍ପାନୀ ଭାରତର ପ୍ରଥମ ହାଇପର ସ୍ପୋର୍ଟ ସ୍କୁଟର ଟିଭିଏସ୍ ଏନଟର୍କ ୧୫୦ ଲଞ୍ଚ୍ କରିଦେଇଛି । ଏହା ଦେଶର ସବୁଠାରୁ ଫାଷ୍ଟ ସ୍କୁଟର ଯାହା ମାତ୍ର ୬.୩ ସେକେଣ୍ଡରେ ଶୂନ୍ୟରୁ ୬୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଏହାର ପ୍ରାରମ୍ଭିକ ଦାମ୍ ମାତ୍ର ୧,୧୯,୦୦୦ ଟଙ୍କା ରଖାଯାଇଛି ।

ଏଥିରେ ୧୪୯.୭ ସିସିର ଏୟାର କୁଲ୍ଡ ଇଞ୍ଜିନ୍ ମିଳୁଛି ଯାହା ୭ ହଜାର ଆରପିଏମରେ ୧୩.୨ ପିଏସ୍ ପାଓ୍ବର ଆଉଟପୁଟ୍ ଉତ୍ପନ କରିବାରେ ସକ୍ଷମ  ଏବଂ ୫,୫୦୦ ଆରପିଏମରେ ୧୪.୨ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ । ଏହାର ସର୍ବାଧିକ ସ୍ପିଡ୍ ୧୦୪ କିଲୋମିଟର ପ୍ରତି ଘଣ୍ଟା ରହିବ। ସ୍କୁଟରରେ କମ୍ପାନୀ ଏବିଏସ୍ ଓ ଟ୍ରାକ୍ସନ କଣ୍ଟ୍ରୋଲ ଅଫର କରୁଛି କମ୍ପାନୀ । ଏଥିରେ ରେସ୍ ଓ ଷ୍ଟ୍ରିଟ୍ ମୋଡ୍ ଦେଇଛି କମ୍ପାନୀ ।

- Advertisement -

ଯୁବପିଢିଙ୍କୁ ନଜରରେ ରଖି କମ୍ପାନୀ ଏହି ସ୍କୁଟର ପ୍ରସ୍ତୁତ କରିଛି । ଏଥିରେ ୫୦ରୁ ଅଧିକ କନେକ୍ଟେଡ୍ ଫିଚର୍ ଓ ଆଲେକ୍ସା ଏଣ୍ଡ୍ ସ୍ମାର୍ଟସ୍ବିଚ୍ ଇଣ୍ଟିଗ୍ରେସନ ଦିଆଯାଇଛି । ଏଥିରେ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ ଦିଆଯାଇଛି । ଏହା ବ୍ୟତୀତ କଲ୍, ମେସେଜ୍ ଓ ଅନ୍ୟ ଆଲର୍ଟ ଦେଖିବାକୁ ମିଳିବ । ବଜାରରେ ଏହା ୟାମାହା ଏବଂ ହୋଣ୍ଡାର ସ୍କୁଟର ସହ ମୁକାବିଲା କରିବ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories