www.samajalive.in
Saturday, December 6, 2025
15.1 C
Bhubaneswar

ସାମ୍ବାଦିକଙ୍କୁ ହତ୍ୟା ଧମକ ; ଥାନାରେ ଅଭିଯୋଗ

ତୁଷୁରା : ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡା ଗ୍ରାମ ସ୍ଥିତ ଗଜାନନ ରାଇସ ମିଲ ମାଲିକଙ୍କ ବିରୁଦ୍ଧରେ ଖବର ପ୍ରସାରଣ କରିଥିବାରୁ ରାଇସ ମିଲ ମାଲିକ ପିଙ୍କୁ ଅଗ୍ରୱାଲ ଫୋନରେ ସାମ୍ବାଦିକ ପଞ୍ଚାନନ ନାଏକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଶ୍ରୀ ନାଏକ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଆହୁରି ଶ୍ରୀ ନାଏକ କହିଛନ୍ତି ଯେ, ଆଉ ନ୍ୟୁଜ କଲେ ତତେ ଜୀବନରୁ ମାରି ଦେବୁ, କେହି ରକ୍ଷା କରି ପାରିବେ ନାହିଁ। ଏଣୁ ଉକ୍ତ ବ୍ୟକ୍ତିଙ୍କ ଠାରୁ ମତେ ରକ୍ଷା କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଏନେଇ ତୁଷୁରା ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ନହେବାରୁ ତାଙ୍କର ମତାମତ ନିଆଯାଇ ପାରି ନାହିଁ। ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories