ଶ୍ରୀମନ୍ଦିରରେ ଠେଲାପେଲା ; ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ

ପୁରୀ : ଆଜି ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଛି। ଏଥିରେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ବଡ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ସାତପାହାଚ ଓ ଘଣ୍ଟିଦ୍ୱାର ନିକଟରେ ପ୍ରବଳ ଭିଡରୁ ଠେଲା ପେଲା ହୋଇଛି। ଏହି ଠେଲା ପେଲାରେ ଶ୍ରଦ୍ଧାଳୁ , ହବିଷ୍ୟାଳୀ ଆହତ ହୋଇଛନ୍ତି। କିଛି ଜଣ ଅଣନିଶ୍ୱାସୀ ଓ କେତେକଙ୍କ ଗୋଡରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି।

Comments are closed.