www.samajalive.in
Sunday, December 7, 2025
14.1 C
Bhubaneswar

ମୁଣ୍ଡ ବିନ୍ଧା ଦୂର କରେ ହଳଦୀ ,କ୍ଷୀର

କ୍ଷୀର ଓ ହଳଦୀ ଉଭୟରେ ବହୁ ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଛି। ଏହି କାରଣରୁ କ୍ଷୀର ଏକ ସମ୍ପୂର୍ଣ୍ଣ ଆହର ବୋଲି ମଧ୍ୟ କୁହାଯାଏ।
ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ। ହଳଦୀ କ୍ଷୀର ପିଇବା ଦ୍ୱାରା ଶରୀରୁ ବହୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ପାଚନ ତନ୍ତ୍ର ସଠିକ ଭାବେ କାର୍ଯ୍ୟ କରିଥାଏ।
ଯଦି ଆପଣଙ୍କର ପେଟ ସମସ୍ୟା ଲାଗି ରହିଥାଏ, ତେବେ ହଳଦୀ କ୍ଷୀର ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ତ୍ୱଚା ପାଇଁ ମଧ୍ୟ ଏହା ବେଶ ହିତକାରକ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ମୁହଁ ସହ ଜଡ଼ିତ ବହୁ ସମସ୍ୟା ଯେପରି କୁଣ୍ଡାଇ ହେବା, ବ୍ରଣ ଆଦି ଦୂର କରିଥାଏ।
ହାଡ଼ ଶକ୍ତ ହେବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।
ଯଦି ଆପଣଙ୍କୁ ସଠିକ ପରିମାଣରେ ନିଦ ହେଉନାହିଁ ଓ ଚିନ୍ତାଗ୍ରସ୍ତ ରହୁଛନ୍ତି, ତେବେ ହଳଦୀ ମିଶ୍ରିତ କ୍ଷୀର ନିଶ୍ଚୟ ପିଅନ୍ତୁ।
ଏହା ଓଜନ ହ୍ରାସ କରିଥାଏ। ମୁଣ୍ଡ ବିନ୍ଧା ମଧ୍ୟ ଦୂର କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories