www.samajalive.in
Thursday, December 11, 2025
14.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ, ମନୋବଳ ସୁଦୃଢ କରିବାର ଉପାୟ !

ଜ୍ୟୋତିଷ ଶାସ୍ତ୍ରରେ ତୃତୀୟ, ପଞ୍ଚମ, ଷଷ୍ଠ ଓ ଏକାଦଶ ସ୍ଥାନରେ ରହିବା ଦ୍ବାରା ମନୋବଳ ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ । ଚନ୍ଦ୍ରମା ମନର କାରକ ହୋଇଥିବା ବେଳେ ସୂର୍ଯ୍ୟ ତଥା ମଙ୍ଗଳ ଗ୍ରହ ମନୋବଳର କାରକ ହୋଇଥାଆନ୍ତି। ଅଗ୍ନିତତ୍ବ ଦୃଢ ହେବା କାରଣରୁ ମନୋବଳ ସୁଦୃଢ ହୋଇଥାଏ ଓ ଅଗ୍ନିତତ୍ବ ଦୁର୍ବଳ ହେଲେ ମନୋବଳ ମଧ୍ୟ ଦୁର୍ବଳ ହୋଇଥାଏ । କିଛି କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ବୃହସ୍ପତ୍ତି ଓ ଶନି ଗ୍ରହ ଦ୍ବାରା ମଧ୍ୟ ମନୋବଳ ଦୃଢ ହୋଇଥାଏ ।

ରଙ୍ଗ ଓ ମନ୍ତ୍ର ପ୍ରଭାବ​ରେ ମନୋବଳକୁ ସୁଦୃଢ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ କିଭଳି ମନୋବଳ ସୁଦୃଢ କରିହେବ ।

- Advertisement -

ମେଷ: ସାଧାରଣତଃ ଏମାନଙ୍କ ମନୋବଳ ସୁଦୃଢ ଅଟେ। ଚଞ୍ଚଳ ମନ ଯୋଗୁଁ ଏମାନେ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି। ସୂର୍ଯ୍ୟଙ୍କୁ ନାଲି ଫୁଲ ଦେଇ ଅର୍ଘ କରିବା ଦ୍ବାରା ମନୋବଳ ସୁଦୃଢ ହୋଇଥାଏ ।

ବୃଷ: ଏମାନଙ୍କ ମନୋବଳ ବହୁତ ସୁଦୃଢ ହୋଇଥାଏ ନହେଲେ ବହୁତ ଦୁର୍ବଳ ହୋଇଥାଏ। ନାଲି ରଙ୍ଗ ପ୍ରଭାବ ଲାଭପ୍ରଦ ହୋଇଥାଏ।

ମିଥୁନ: ଏମାନଙ୍କ ମନୋବଳ ସୁଦୃଢ ନୁହେଁ। ଏମାନଙ୍କୁ ଅନ୍ୟର ସାହାର ଅବଶ୍ୟକୀୟ ହୋଇଥାଏ । ସବୁଜ ରଙ୍ଗ ଏମାନଙ୍କ ପାଇଁ ଲାଭଦାୟକ ଅଟେ।

କର୍କଟ: ଭବବିହ୍ବଳ ରାଶି ହେବା କାରଣରୁ ଏମାନଙ୍କ ମନୋବଳ ଶୀଘ୍ର ଦୁର୍ବଳ ହୋଇଯାଏ। ସୂର୍ଯ୍ୟଙ୍କୁ ହଳଦି ମିଶା ପାଣି ଅର୍ପଣ କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରିବା ଦ୍ବାରା ମନୋବଳ ସୁଦୃଢ ହେବ।

ସିଂହ: ଏହି ରାଶିର ଲୋକମାନେ ଅଦମ୍ୟ ସାହାସ ଓ ଦୃଢ ମନୋବଳର ସ୍ବାମୀ ଅଟନ୍ତି। କଳା ରଙ୍ଗରୁ ଦୂରେଇ ରୁହନ୍ତୁ ଏବଂ ସୂର୍ଯ୍ୟାଦୟ ପୂର୍ବରୁ ଉଠିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ଏମାନଙ୍କ ମନୋବଳ ସାମାନ୍ୟ ଦୃଢ କିନ୍ତୁ ବେଳେବେଳେ ଜିଦ୍ କାରଣରୁ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ । ଧଳା ରଙ୍ଗ ଏମାନଙ୍କ ମାନସିକତାକୁ ସନ୍ତୁଳିତ ରଖିଥାଏ। ମଙ୍ଗଳବାର ଦିନ ମିଠା ଦାନ କରିବା ଉତ୍ତମ ଅଟେ।

ତୁଳା: କେବେ​‌ ଏମାନଙ୍କ ଆତ୍ମବିଶ୍ବାସ ଦୃଢ ତ କେବେ ଦୁର୍ବଳ ହୋଇଥାଏ ଦେଖିବାକୁ ମିଳେ। ବିଶେଷ କରି ପରିବାର ମାମଲାରେ ଏଭଳି ସ୍ଥିତି ଉପୁଜିଥାଏ । ନାଲି ରଙ୍ଗରୁ ଦୂରେଇ ରୁହନ୍ତୁ, ନୀଳ ରଙ୍ଗର ବ୍ୟବହାର ଅଧିକ କରନ୍ତୁ ଓ ଶନି ମନ୍ତ୍ର ଜପ କରନ୍ତୁ ।

ବିଛା: ଏହି ରାଶିର ଲୋକମାନେ ଆତ୍ମବିଶ୍ବାସ ତଥା ଭାବନାର ସଠିକ୍ ପ୍ରୟୋଗ କରିବା ଉଚିତ୍। ନାରଙ୍ଗି ରଙ୍ଗର ବ୍ୟବହାର କରନ୍ତୁ ଏବଂ ସୂର୍ଯ୍ୟଦେବତାଙ୍କୁ ଚାଉଳ ସହ ଜଳ ଅର୍ପଣ କରନ୍ତୁ ।

ଧନୁ: ମନୋବଳ, ସାହାସ ଓ ପରାକ୍ରମର ରାଶି ହେଉଛି ଧନୁ। ଏମାନଙ୍କ ମନୋବଳ ସୁଦୃଢ। ନାଲି ରଙ୍ଗ ବ୍ୟବହାର କରନ୍ତୁ ନାହିଁ ଏବଂ ବାଣୀ(ଭାଷା) ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର: ଏମାନଙ୍କ ମନୋବଳ ବହୁତ ସୁଦୃଢ ହୋଇଥାଏ, ନହେଲେ ଅତି ଦୁର୍ବଳ ହୋଇଥାଏ । ଏମାନଙ୍କ ମନୋବଳ କେବଳ ରାଶି ଉପରେ ନିର୍ଭର କରେ। ଶନି ମନ୍ତ୍ର ଜପ କରନ୍ତୁ ଓ ଧଳା ରଙ୍ଗର ବ୍ୟବହାର କରନ୍ତୁ ।

କୁମ୍ଭ: ଏମାନଙ୍କ ମନୋବଳ ବହୁତ ଦୃଢ । କିନ୍ତୁ ଏମାନଙ୍କୁ ନିଜର ମନୋବଳ ଓ କାର୍ଯ୍ୟ କରିବାର ଦକ୍ଷତା ମନେ ପକାଇବାକୁ ପଡେ । ସର୍ବଦା ନୀଳ ରଙ୍ଗ ବ୍ୟବହାର କରନ୍ତୁ, ସକାଳେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ନିଶାଦ୍ରବ୍ୟରୁ ଦୂରେଇ ରୁହନ୍ତୁ ।

ମୀନ: ଏହି ରାଶିର ଲୋକ ଅନେକ ସମୟରେ ଦ୍ବିଧାର ଶିକାର ହୋଇଥାଆନ୍ତି । ସୁନେଲୀ ରଙ୍ଗ ବା ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ଏବଂ ହନୁମାନଙ୍କୁ ପୂଜା କରିବା ସହ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories