www.samajalive.in
Friday, December 5, 2025
26.1 C
Bhubaneswar

ତୁଳସୀପୁରରେ ‘ପ୍ରତିଭା ଅନ୍ୱେଷଣ-୨୦୧୮’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାପଥର(ବାଙ୍କୀ) : ତୁଳସୀପୁର ଉଚ୍ଚବିଦ୍ୟାଳୟ ପରିସରରେ ତୁଳସୀପୁର ପ୍ରତିଭା ବିକାଶ ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ -୨୦୧୮ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଥିବା ପ୍ରତିଭାର ପରିପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ଏସ୍‍.ଆର.ଜିର ସଦସ୍ୟ ଗୋପାଳ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାକୁ ତୁଳସୀପୁର ପ୍ରତିଭା ବିକାଶ ଅନୁଷ୍ଠାନ ଲୋକଲୋଚନକୁ ଆଣିବା ପାଇଁ ଆରମ୍ଭ କରିଥିବା ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଥିଲେ। ମୁଖ୍ୟ ବକ୍ତାଭାବେ ଭୀମସେନ ନାୟକ ସମ୍ମାନୀତ ଅତିଥିଭାବେ ଭୂପେଶ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବରିଷ୍ଠ ଏବଂ କନିଷ୍ଠ ବର୍ଗ ଭିତିରେ ସାଧାରଣ ଜ୍ଞାନ , ବକ୍ତୃତା, ପୃଥକ ବାଛ, ଚିତ୍ରାଙ୍କନ ଏବଂ ସଂଗୀତ ପ୍ରଭୃତି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ମନୋଜ କୁମାର ସାହୁ ଏବଂ ସମ୍ପାଦକ ବିକାଶ ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଭୂପେଶ ପଣ୍ଡା, ଭୀମସେନ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର ସାହୁ, ତ୍ରିନାଥ ସାହୁ, ସଞ୍ଜୟ ଜୟସିଂହ ଯୋଗୀନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories