www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ, ହିନ୍ଦୁ ଧର୍ମରେ ତୁଳସୀ ପତ୍ରର ମହତ୍ତ୍ବ ସମ୍ବନ୍ଧରେ..

ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ବ ରହିଛି। ତୁଳସୀ ଗଛକୁ ଘରର ଅଗଣାରେ ରଖିବା ଦ୍ବାରା ଶୁଭ ଫଳ ମିଳିଥାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବିଭିନ୍ନ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। କୁହାଯାଇଛି ଯେ, ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଭଗବାନ ବିଷ୍ଣୁଙ୍କ ପ୍ରସାଦ​‌ରେ ତୁଳସୀ ପତ୍ର ବ୍ୟବହାର କରାଯାଇଥାଏ। ଏହାସହ ଏହି ବୃକ୍ଷର ଅନେକ ଔଷଧୀୟ ଗୁଣ ରହିଛି। ପ୍ରତିଦିନ ତୁଳସୀ ପତ୍ର ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ତୁଳସୀ ପତ୍ର ସମ୍ବନ୍ଧରେ କିଛି କଥା ..

ତୁଳସୀ ପତ୍ର ଆମ ଜୀବନ ପାଇଁ ଏକ ବରଦାନ ସଦୃଶ ଅଟେ। କିନ୍ତୁ ଏହି ପତ୍ରକୁ କିଛି ବିଶେଷ ଦିନ ତୋଳିବାକୁ ବାରଣ କରାଯାଇଛି। ଯେପରି ଚନ୍ଦ୍ରଗ୍ରହଣ, ଏକାଦଶୀ ଓ ରବିବାର ଦିନ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ।

- Advertisement -

ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ତୁଳସୀ ପତ୍ରକୁ ଅନେକ ବିଶେଷ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇଥାଏ। ତୁଳସୀ ପତ୍ର ବିନା କୌଣସି ପୂଜା ସଫଳ ହୋଇ ପାରେ ନାହିଁ।

ଘରର ଅଗଣରେ ତୁଳସୀ ପତ୍ର ରଖିବା ଅତ୍ୟନ୍ତ ଶୁଭ ଅଟେ। ଏହା ସମ୍ମୁଖରେ ସକାଳେ ଓ ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ବଳିତ କରିବା ଉଚିତ। ଘରର ଅଗଣାରେ ତୁଳସୀ ବୃକ୍ଷ ରହିବା ଦ୍ବାରା ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ।

ପ୍ରତିଦିନ ଖାଲି ପେଟରେ ତୁଳସୀ ପତ୍ର ସେବନ କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହା ଅନେକ ରୋଗ ଠାରୁ ଦୂରେଇ ରଖିଥାଏ। ରକ୍ତ ସଫା ରଖିଥାଏ। ଏହାସହ କେଶ ଝଡିବା କମ ହୋଇଥାଏ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories