www.samajalive.in
Saturday, December 6, 2025
26.1 C
Bhubaneswar

ଶପଥ ଗ୍ରହଣ ପୂର୍ବରୁ ଗାନ୍ଧିଜୀ, ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋଦୀ ସକାଳେ ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ମୋଦୀ ଏବଂ ଅମିତ ଶାହ ଅଟଳ ସମାଧି ସ୍ଥଳରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ମୋଦୀ ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳକୁ ଯାଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ସହିତ ସେନାଧ୍ୟକ୍ଷ ବିପିନ ରାଓତ, ନୌସେନା ଅଧ୍ୟକ୍ଷ ସୁନୀଲ ଲାମ୍ବା ଏବଂ ବାୟୁସେନା ଉପାଧ୍ୟକ୍ଷ ଆର.କେ.ଏସ. ଭଦୋରିଆ ଉପସ୍ଥିତ ଥିଲେ।

ଏହା ପରେ ମୋଦୀ ଟ୍ବିଟ୍‌ କରି କହିଛନ୍ତି, ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଚଳିତବର୍ଷ ବାପୁଙ୍କ ୧୫୦ତମ ଜୟନ୍ତୀ। ଏହି ବିଶେଷ ଅବସରରେ ଆମେ ବାପୁଙ୍କ ଆଦର୍ଶଗୁଡ଼ିକୁ ଆହୁରି ଅଧିକ ଲୋକପ୍ରିୟ କରାଇବା ଏବଂ ଆମକୁ ଗରିବ, ଦଳିତ ଲୋକଙ୍କୁ ସଶକ୍ତ କରିବା ଦିଗରେ ଉଦ୍ୟମ କରିବାକୁ ହେବ। ସେହିପରି ବାଜପେୟୀଙ୍କ ଉଦ୍ଦେଶ୍ୟରେ ମୋଦୀ ଟ୍ବିଟ୍‌ କରି ଲେଖିଛନ୍ତି, ଆମେ ପ୍ରତି ମୁହୂର୍ତ୍ତରେ ଅଟଳ ଜୀଙ୍କୁ ମନେ ପକାଉଛୁ। ସେ ଜୀବିତ ଥିଲେ ବିଜେପିକୁ ଲୋକଙ୍କ ସେବା କରିବାର ସୁଯୋଗ ମିଳିଥିବା ଦେଖି ଖୁସି ହୋଇଥାନ୍ତେ। ଅଟଳ ଜୀଙ୍କ ଜୀବନାଦର୍ଶ ଏବଂ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମେ ସୁଶାସନ କରିବା ଏବଂ ଲୋକଙ୍କ ଜୀବନ ବଦଳାଇବା ଦିଗରେ ଉଦ୍ୟମ କରିବୁ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories