www.samajalive.in
Monday, December 15, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ: ଭାଗ୍ୟଶାଳୀ ହେବେ ଏହି ସବୁ ରାଶି

ମେଷ: ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ବୃଷ: ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସାହସୀ, ଜ୍ଞାନୀ ଓ ଗୁଣୀ ହେବେ।

- Advertisement -

ମିଥୁନ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ଜୀବନ ବିତାଇବେ।

କର୍କଟ: ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦୀୟ ଘଟଣାର ଆଶୁ ସମାଧାନ ପାଇଁ ଉଦ୍ୟମ ଜାରି ରଖିବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ସରକାରୀ ଅର୍ଥ ମଳିପାରେ।

ସିଂହ: ଭାଗ୍ୟଶାଳୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ମିଳିବ, ତା’ର ସୁବିନିଯୋଗ କରି ଲୋକପ୍ରିୟତା ଅର୍ଜନ କରିବେ। ପ୍ରତିଯୋଗିତାରେ କୃତିତ୍ବ ହାସଲ କରିବେ।

କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେତେକ ବନ୍ଧୁ କରଛଡ଼ା ଦେଇପାରନ୍ତି। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରହିବେ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ର ଅତ୍ୟନ୍ତ ଫଳଦାୟକ ହେବ। ସେବା ମନୋଭାବର ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ଆନନ୍ଦ ଉପଭୋଗ କରିବେ।

ବିଛା: ଭାଇବନ୍ଧୁଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସ୍ବକାର୍ଯ୍ୟ ପାଇଁ ମନରେ ଅହଂଭାବ ଉଦ୍ରେକ ହୋଇପାରେ। ସଂକଟ ଦୂର ହେବ।

ଧନୁ: ଅଧ୍ୟୟନରତ ହେବେ। ବିଭାଗୀୟ ଓ ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। କର୍ମତତ୍ପର ରହିବେ। ଭ୍ରମଣ ସୁଖ ମିଳିବ। ସାକ୍ଷାତକାର ବନ୍ଦ ରଖିବେ।

ମକର: ପରିଶ୍ରମ କଷ୍ଟସାଧ୍ୟ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ସତର୍କ ନ ରହିଲେ ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି।

କୁମ୍ଭ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ଫଳରେ ବିଜୟର ମାର୍ଗ ଉନ୍ମୁକ୍ତ ରହିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଗୁରୁକୃପା ଲାଭ କରିବେ। ସୁଖୀ ହେବେ।

ମୀନ: ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତାରେ ବିଜୟୀ ହେବେ। ଧର୍ମଧାରଣାଯୁକ୍ତ ହେବେ। ସହନଶୀଳ ହେବା ଆଶା କରାଯାଏ। ଶୁଭକର୍ମ କରଣୀୟ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବ୍ୟବସାୟରୁ ଲାଭ ମିଳିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories