www.samajalive.in
Monday, November 17, 2025
17.1 C
Bhubaneswar

ବିଧାନସଭାକୁ ସମ୍ବୋଧନ କଲେ ରାଷ୍ଟ୍ରପତି

ଡେରାଡୁନ: ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ହେବାର ୨୫ ବର୍ଷ (ସୁବର୍ଣ୍ଣ ଜୟନ୍ତୀ) ପୂର୍ତ୍ତି ଉପଲକ୍ଷେ ସୋମବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାଜ୍ୟବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଯେଉଁମାନେ ଉତ୍ତରାଖଣ୍ଡ ରାଜ୍ୟ ଗଠନରେ ଜୀବନକୁ ବଳି ଦେଇଛନ୍ତି, ସେମାନେ ପ୍ରଶଂସାର ପାତ୍ର ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତର ଦେବଭୂମି ଭାବେ ପରିଚିତ ଉତ୍ତରାଖଣ୍ଡ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଯଥେଷ୍ଟ ଗୁରୁତ୍ବ ରଖୁଥିବାବେଳେ ପ୍ରତିରକ୍ଷା ବିଭାଗରେ ରାଜ୍ୟର କୁମାଉଁ ଓ ଗଡୱାଲ ରେଜିମେଣ୍ଟର ଭୂମିକାକୁ ରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଗତ ୨୫ ବର୍ଷ ମଧ୍ୟରେ ମାନବ ବିକାଶ ସୂଚକାଙ୍କ ଅନୁଯାୟୀ ଉତ୍ତରାଖଣ୍ଡ ଯଥେ​‌ଷ୍ଟ ଅଗ୍ରଗତି କରିଛି। ରାଜ୍ୟରେ ଶିକ୍ଷାହାର, ମହିଳାଙ୍କ ସାମଗ୍ରିକ ବିକାଶ ଘଟିଥିବାବେଳେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି। ରାଜନୈତିକ ମନୋବୃତ୍ତିରୁ ଊର୍ଦ୍ଧ୍ବକୁ ଉଠି ରାଜ୍ୟବାସୀଙ୍କର ସମସ୍ୟା ସମାଧାନ କରିବାକୁ ରାଷ୍ଟ୍ରପତି ସବୁ ବିଧାୟକଙ୍କୁ ଆହ୍ବାନ ଦେଇଛନ୍ତି। ରାଜ୍ୟରେ କ୍ଷମତାସୀନ ପୁଷ୍କର ସିଂହ ଧାମିଙ୍କ ଶାସନକୁ ମଧ୍ୟ ରାଷ୍ଟ୍ରପତି ଉଚ୍ଚପ୍ରଶଂସା କରିଛନ୍ତି।

ଅପରପକ୍ଷରେ ଉତ୍ତରାଖଣ୍ଡର ନୈନିତାଲରେ ଥିବା ରାଜ ଭବନର ୧୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମାରୋହରେ ମଧ୍ୟ ରାଷ୍ଟ୍ରପତି ଯୋଗଦେଇଛନ୍ତି। ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ଦିଲ୍ଲୀରେ ରାଷ୍ଟ୍ରପତି ଭବନ ଯେପରି ସ୍ବତନ୍ତ୍ର ଭାରତର ପ୍ରତୀକ ପାଲଟିଛି, ଠିକ୍‌ ସେହିପରି ରାଜ୍ୟରେ ରାଜଭବନ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତୀକ ପାଲଟିଛି। ରାଜ୍ୟପାଳ ସାମ୍ବିଧାନିକ ମୁଖ୍ୟ ହୋଇଥିବାବେଳେ ରାଜ୍ୟରେ ସୁଶାସନ ପ୍ରତିଷ୍ଠା ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ ୨୦୦୦ ନଭେମ୍ବର ୯ରେ ଉତ୍ତରାଖଣ୍ଡ ସ୍ବତନ୍ତ୍ର ରାଜ୍ୟର ମାନ୍ୟତାଲାଭ କରିଥିଲା।

- Advertisement -

Hot this week

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

ଶ୍ଵେତାପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ସମାଜଲାଇଭ ଡେସ୍କ: ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ...

ଭାରସାମ୍ୟ ହରାଇ ଗଛ ପିଟିହେଲା କାର, ୪ ଗୁରୁତର

ଆରଡି: ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ଵର ରାଜ୍ୟ ରାଜପଥର ଆରଡି ଫାଣ୍ଡି...

Related Articles

Popular Categories