www.samajalive.in
Saturday, December 13, 2025
18.1 C
Bhubaneswar

ନିର୍ମାଣାଧିନ ରାସ୍ତା ମଝିରେ ନଳକୂପ

ହରଭଙ୍ଗା : ବହୁପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ପୁରୁଣାକଟକ ଠାରୁ ଧଳପୁର ପର୍ଯ୍ୟନ୍ତ ନିର୍ମାଣଧିନଥିବା ପୂର୍ତବିଭାଗ  ରାସ୍ତା କାର୍ଯ୍ୟ ଆରମ୍ଭରୁ ଅନିୟମିତତା ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି। ବିନା ସୂଚନା ଫଳକରେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି କୋଟି କୋଟି ଟଙ୍କା ବ୍ୟୟବରାଦରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି।ଏହା ଉପରେ ବାରମ୍ବାର ଅଭିଯୋଗ ସତ୍ୱେ ସୂଚନାଫଳକ ଲଗାଇବା ଦିଗରେ ଠିକାସଂସ୍ଥା ଏବଂ ବିଭାଗୀୟ ଅଧିକାରୀ ଆଖି ବୁଜି ଦେବା ପ୍ରକଳ୍ପ ସ୍ୱଛତା ଉପରେ ପ୍ରଶ୍ନ ଉଠିଛି। ଏହା ସହ ନିର୍ମାଣଧିନ ରାସ୍ତାର ଉଦୟପୁର ନିକଟରେ ରାସ୍ତା ମଝିରେ ପୋତି ହେବା ଅବସ୍ଥାରେ ଏକ ନଳକୂପ ଥିଲେ ମଧ୍ୟ ଏହା ଉପରେ ପିଚୁ କାର୍ଯ୍ୟ କରାଯିବା ଯନ୍ତ୍ରୀ ଓ ଠିକାଦର ମଧୁଚନ୍ଦ୍ରିକାର ନମୁନା ମଧ୍ୟ ଦେଖିବାକୁ ମିଳିଛି। ଯାହା ଫଳରେ ବଡଦୁର୍ଘଟଣା ଘଟିବା ଆଶଙ୍କା ଅଧିକ ରହିଛି। ରାସ୍ତାକାର୍ଯ୍ୟ ତଦାରଖ ସଠିକ ଭାବେ କରାଯାଉନଥିବାରୁ ଏହାର ନିର୍ମାଣକାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିପ୍ରତି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ଉଠୁଛି। ଏସଂର୍ପକରେ ବୌଦ୍ଧ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାଏକଙ୍କୁ ପଚାରିବାରୁ ସୂଚନାଫଳକ ତୁରନ୍ତ ଲଗାଇବା ବ୍ୟବସ୍ଥା କରାଯିବ। ନଳକୂପ ରାସ୍ତା ତୁରନ୍ତ ଉଠାଇବା ବ୍ୟବସ୍ଥା କରାଯିବ ସାଙ୍ଗକୁ କାର୍ଯ୍ୟର ମାନ ଉପରେ ତୀକ୍ଷ୍ନଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ସୂଚନା ଥାଉକି ପୁରୁଣାକଟକ ଠାରୁ ଧଳପୁର ପର୍ଯ୍ୟନ୍ତ ୩୦ ଫୁଟ ଓସାରରେ ୧୨.୫କିମି ରାସ୍ତା ନିର୍ମାଣ କାର୍ଯ୍ୟ ପାଖାପାଖି ୧୫କୋଟି ଟଙ୍କାରେ ଚାଲୁରହିଛି। ମାତ୍ର ପ୍ରକଳ୍ପ କାମ କେଉଁ ସଂସ୍ଥା କେତେ ଟଙ୍କା ଏଗ୍ରିମେଂଟରେ କରୁଛି ତାହାର ସବିଶେଷ ତଥ୍ୟ ସୂଚନା ଫଳକ ମାଧ୍ୟମରେ ସୂଚିତ କରାଯାଉନଥିବା ଏହାର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories