www.samajalive.in
Saturday, December 13, 2025
15.1 C
Bhubaneswar

ନକଲି ଆଧାରକାର୍ଡରେ ଯାତ୍ରା : ଧରାପଡିଲେ ଦୁଇ ଚୀନ୍‍ ନାଗରିକ

ସିଲିଗୁଡି : ବାଗଡୋଗରା ବିମାନ ବନ୍ଦରରେ ନକଲି ଆଧାରକାର୍ଡ ଧରି ଯାତ୍ରା କରୁଥିବା ଦୁଇ ଜଣ ଚୀନ୍‍ ନାଗରିକଙ୍କୁ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‍ଏଫ୍‍) ଧରିବାରେ ସକ୍ଷମ ହୋଇଛି। ବିମାନ ବନ୍ଦରର ପ୍ରସ୍ଥାନ ଫାଟକଠାରେ ଟିକଟ ଯାଞ୍ଚ୍‍ ବେଳେ ସେମାନଙ୍କର ପରିଚୟପତ୍ର ନକଲି ଥିବା ଜଣାପଡ଼ିବା ପରେ ଜଣେ ସିଆଇଏସ୍‍ଏଫ୍‍ କନେଷ୍ଟବଳ ସେମାନଙ୍କୁ ଧରିଥିଲେ।

ନକଲି ଆଧାରକାର୍ଡ ରଖିଥିବା ଏହି ନାଗରିକ ଦ୍ୱୟଙ୍କ ଉପରେ ସନ୍ଦେହ ହେବାରୁ କନେଷ୍ଟବଳ ବରିଷ୍ଠ ଅଧିକାରୀମାନଙ୍କୁ ଏ ବିଷୟରେ ଜଣାଇଥିଲେ। ତା’ପରେ ସ୍ଥାନୀୟ ପୁଲିସ୍‍, ସେନାର ଗୁଇନ୍ଦା ୟୁନିଟ୍‍ ଏବଂ ଆଇବି ଅଧିକାରୀମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ପରେ ଉଭୟଙ୍କୁ ସ୍ଥାନୀୟ ପୁଲିସ୍‍କୁ ହସ୍ତାନ୍ତର କରାଯାଇଥିଲା। ପଚରାଉଚରା ବେଳେ ସେମାନେ ଚୀନ୍‍ର ନାଗରିକ ବୋଲି ଜଣାପଡ଼ିଥିଲା। ପାସପୋର୍ଟ ଯାଞ୍ଚ ବେଳେ ଆହୁରି ତଥ୍ୟ ମିଳିଥିଲା ଯେ ସେମାନେ ୨୦୧୮ ଏବଂ ୨୦୧୯ରେ ପାକିସ୍ତାନ ଗସ୍ତ କରିଥିଲେ। ଏପରିକି ସେମାନେ ନେପାଳ ମଧ୍ୟ ଗସ୍ତ କରିଥିବାର ସୂଚନା ମିଳିଥିଲା। ଭିସା ଅବଧି ପୂରି ଯାଇଥିଲେ ମଧ୍ୟ ଏହି ଚାଇନା ନାଗରିକଦ୍ୱୟ ନକଲି ଆଧାରକାର୍ଡ ରଖି ଭାରତରେ ଭ୍ରମଣ କରୁଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories