www.samajalive.in
Saturday, December 6, 2025
16.1 C
Bhubaneswar

କର୍ଣ୍ଣାଟକ ବିଧାନସଭାରେ ବିଶ୍ଵାସମତ ଆଗତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ ଗୁରୁବାର ବିଧାନସଭାରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ବିଧାନସଭାରେ ବିଶ୍ଵାସମତ ଆଗତ କରାଯାଇଥିଲା। ବିଶ୍ଵାସମତ ଉପରେ ବିତର୍କ ଚାଲିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ କହିଥିଲେ, ସରକାରକୁ ଭାଙ୍ଗିବା ଲାଗି ବିରୋଧୀମାନେ ଲାଗି ପଡ଼ିଛନ୍ତି। ବାଚସ୍ପତିଙ୍କ ଭୂମିକାକୁ ନଷ୍ଟ କରିବାକୁ ଉଦ୍ୟମ କରାଯରାଉଛି। ମୋ କାର୍ଯ୍ୟକାଳ ଭିତରେ ଲୋକଙ୍କ ପାଇଁ କାମ କରିଛି। କର୍ଣ୍ଣାଟକର ବିକାଶ ପାଇଁ ଆମେ ଏକାଠି କାମ କରିବା ଉଚିତ। ମେଣ୍ଟ ସରକାରକୁ ନେଇ ବିରୋଧୀ ଦଳ ନେତା ବିଚଳିତ ହୋଇପଡ଼ିଛନ୍ତି ବୋଲି କହିଥିଲେ। ତେବେ ଏହି ସମୟରେ ବିଧାନସଭାରେ କଂଗ୍ରେସର ଦୁଇ ବିଧାୟକ ଅନୁପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories