www.samajalive.in
Monday, December 15, 2025
26.1 C
Bhubaneswar

ବିନା ସୂଚନାରେ ଅଚାନକ ଆଫଗାନିସ୍ତାନରେ ପହଞ୍ଚିଲେ ଟ୍ରମ୍ପ, ତାଲିବାନ ସହ ଆରମ୍ଭ କଲେ ଶାନ୍ତି ଆଲୋଚନା

କାବୁଲ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟ ଏବଂ ମନ୍ତବ୍ୟ ସବୁବେଳେ ତାଙ୍କୁ ଚର୍ଚ୍ଚାରେ ରଖିଥାଏ। କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ବାରମ୍ବାର ଇଚ୍ଛା ପ୍ରକାଶ କରିବା ହେଉ କିମ୍ବା ଅଭିନେତାଙ୍କ ଫଟୋରେ ନିଜ ମୁହଁ ଯୋଡ଼ି ସୋସିଆଲ ମିଡିଆରେ ଶେୟାର କରିବା, ସବୁଥିରେ ତାଙ୍କ କାର୍ଯ୍ୟଶୈଳୀର ନିଆରା ଅନ୍ଦାଜ ଦେଖିବାକୁ ମିଳିଥାଏ। ପୁଣି ଥରେ ଏପରି ଏକ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଟ୍ରମ୍ପ। ସେ ଗୁରୁବାର ବିନା ସୂଚନାରେ ଅଚାନକ ଆଫଗାନିସ୍ତାନରେ ପହଞ୍ଚି ତାଲିବାନ ସହିତ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଚି।

ସୂଚନା ଅନୁସାରେ, ଟ୍ରମ୍ପ ଫ୍ଲୋରିଡା ଗସ୍ତ କରୁଥିଲେ। କିନ୍ତୁ ବାଟରେ ହଠାତ୍‌ ଯୋଜନା ବଦଳାଇ ଆଫଗାନିସ୍ତାନ ଅଭିମୁଖେ ଯାଇଥିଲେ। ସେ କାବୁଲ ବାହାରେ ବାଗ୍ରାମ ଏୟାରବେସରେ ପହଞ୍ଚି ସେଠାରେ ମୁତୟନ ହୋଇଥିବା ଆମେରିକା ସୈନିକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏହି ଅବସରରେ ସେ ଯବାନମାନଙ୍କୁ ଭୋଜନ ପରସିଥିଲେ। ଟ୍ରମ୍ପ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ତାଲିବାନ ଶାନ୍ତି ପାଇଁ କିଛି ବୁଝାମଣା କରିବାକୁ ଚାହୁଁଛି। ତାଲିବାନ ସହିତ ଆମେ ବୈଠକ କରିଆସୁଛୁ। ସଂଘର୍ଷକୁ ବିରାମ ଦେବାକୁ ଆମେ ଚାହୁଁଛୁ। ସେମାନେ ଏହା ଚାହୁଁ ନ ଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ସଂଘର୍ଷକୁ ବିରାମ ଦେବାକୁ ଚାହୁଁଛନ୍ତି। ତେଣୁ ତାଲିବାନ ସହିତ ଶାନ୍ତି ଆଲୋଚନା ପାଇଁ ଏଠାକୁ ଆସିଛି ବୋଲି ଟ୍ରମ୍ପ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories