www.samajalive.in
Saturday, December 6, 2025
14.1 C
Bhubaneswar

୧୨ ଦେଶକୁ ଆମେରିକା ମନା, ୭ ଦେଶ ଉପରେ ଆଂଶିକ କଟକଣା

ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ ନୂଆ ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ।

ନୂଆ ଘୋଷଣାପତ୍ର ଅନୁସାରେ, ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଆମେରିକାରେ ପ୍ରବେଶ ନେଇ କଟକଣା ଲଗାଇଛି ଟ୍ରମ୍ପ ସରକାର। ଏହି ଦେଶଗୁଡ଼ିକର ନାଗରିକମାନେ ଆଉ ଆମେରିକାରେ ପ୍ରବେଶ କରିପାରିବେ ନାହିଁ। ଏହି ପ୍ରତିବନ୍ଧକ ସୋମବାର ସକାଳ ୧୨ଟା ୦୧ରୁ କାର୍ଯ୍ୟକାରୀ ହେବ। ଏଥିସହ ଅନ୍ୟ ୭ଟି ଦେଶ ବୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିଓନ, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାର ନାଗରିକଙ୍କ ଉପରେ ଆଶିଂକ କଟକଣା ଲଗାଯାଇଛି। ଆମେରିକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରିଛି ଟ୍ରମ୍ପ ପ୍ରଶାସନ।

- Advertisement -

ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ଜାତୀୟ ସୁରକ୍ଷା ଏବଂ ନିଜ ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ମୋତେ ଏହି ପଦକ୍ଷେପ ନେବାକୁ ପଡିଛି। ସେ କହିଛନ୍ତି, ଦେଶରେ ଉଗ୍ରବାଦୀ ଇସଲାମିକ ଆତଙ୍କବାଦୀଙ୍କୁ ପ୍ରବେଶ କରିବାରୁ ରୋକିବା ପାଇଁ ଆମେ ପୁଣି ଥରେ ଯାତ୍ରା ପ୍ରତିବନ୍ଧକ ଲାଗୁ କରିବୁ, ଯାହାକୁ କିଛି ଲୋକ ‘ଟ୍ରମ୍ପ ଟ୍ରାଭେଲ ବ୍ୟାନ୍’ ବୋଲି କୁହନ୍ତି। ଏହା ଏଭଳି ଏକ ପଦକ୍ଷେପ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଥିଲେ।

ତେବେ ଡୋନାଲ୍ଡ ଟ୍ରମ୍ପ ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ଗ୍ରହଣ କରିନାହାନ୍ତି। ତାଙ୍କର ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳରେ ସେ ୭ଟି ମୁସଲିମ ବହୁଳ ଦେଶରୁ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲେ, ଯାହାକୁ ପରେ ୨୦୧୮ରେ ସୁପ୍ରିମକୋର୍ଟ ଅନୁମୋଦନ କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories