www.samajalive.in
Monday, December 15, 2025
26.1 C
Bhubaneswar

ବାଲି ଓ ପଥର ବୋଝେଇ ଟ୍ରକ୍‍ ଏବଂ ୫ ଟ୍ରାକ୍ଟର ଜବତ

ଆଠଗଡ : ଆଠଗଡ ତହସିଲ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ବାଲି ଓ ମାଙ୍କଡା ପଥର ଚାଲାଣ କରୁଥିବା ୫ଟି ଟ୍ରାକ୍ଟର ଓ ଗୋଟଏ ଟ୍ରକ୍‍ ଜବତ କରାଯାଇଥିବା ଜଣାପଡିଛି। ଆଠଗଡ ତହସିଲଦାର ତପନ କୁମାର ଖୁଂଟିିଆଙ୍କ ନେତୃତ୍ୱରେ ତହସିଲର ସ୍ୱତନ୍ତ୍ର ସ୍କାର୍ଡ, ଶୁକ୍ରବାର ସକାଳେ କଟକିଆସାହି ପଂଚାୟତର ବଳରାମପୁରଠାରୁ ୨ଟି ବାଲି ବୋଝେଇ ଟ୍ରାକ୍ଟର, ଆଠଗଡ ସହରରୁ ଗୋଟିଏ ପଥର ବୋଝେଇ ଓ ଗୋଟିଏ ବାଲି ବୋଝେଇ ଟ୍ରକ୍‍ ଏବଂ କନ୍ଦରପୁରଠାରୁ ଏକ ପଥର ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ସେଥିମଧ୍ୟରୁ ମାଙ୍କଡା ପଥର ବୋଝେଇ ଟ୍ରକଠାରୁ ୨୬,୦୮୦ଟଙ୍କା, ପଥର ବୋଝେଇ ଗୋଟିଏ ଟ୍ରାକ୍ଟରଠାରୁ ୧୨,୫୦୦ଟଙ୍କା, ଅନ୍ୟ ଏକ ପଥର ବୋଝେଇ ଟ୍ରାକ୍ଟରଠାରୁ ୧୦,୫୪୦ଟଙ୍କା ଓ ଗୋଟିଏ ବାଲିବୋଝେଇ ଟ୍ରାକ୍ଟର ଠାରୁ ୧୦,୧୦୫ଟଙ୍କା ଜୋରିମନା ଆକାରରେ ଆଦାୟ କରି ଛଡି ଦିଆଯାଇଥିବା ବେଳେ ଆଉ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜରିମାନା ଦେଇନଥିବାରୁ ସେଗୁଡିକୁ ଛଡାଯାଇନଥିବା ତହସିଲଦାର ଶ୍ରୀ ଖୁଂଟିିଆ କହିଛନ୍ତି। ଆଠଗଡ ଅଂଚଳରେ ଲଘୁଖଣିଜ ସାମଗ୍ରୀ ଚୋରା ଚାଲାଣ ଓ କାରବାର ଉପରେ ନିୟମିତ ଚଢାଉ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ଖୁଂଟିିଆ ସୂଚନା ଦେଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories