www.samajalive.in
Sunday, December 14, 2025
26.1 C
Bhubaneswar

ଲଘୁ ଖଣିଜ ସାମଗ୍ରୀ ଚାଲାଣ ଉପରେ ଚଢଉ : ୧୬ ଟ୍ରକ୍‍ ଜବତ, ୩.୨୦ଲକ୍ଷ ଟଙ୍କା ଆଦାୟ

ଆଠଗଡ : ଆଠଗଡ ତହସିଲ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭୂତତ୍ତ୍ୱ ବିଜ୍ଞାନ ବିଭାଗର ମିଳିତ ଚଢାଉ ଦ୍ୱାରା ଗୁରୁବାର ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ କରୁଥିବା ୧୬ଟି ଟ୍ରକ୍‍ ଜବତ କରାଯିବା ସହ ସେମାନଙ୍କଠାରୁ ୩.୨୦ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭୂତତ୍ତ୍ୱ ବିଜ୍ଞାନୀ ଜଗନ ବେହେରା ଓ ତାଙ୍କ ସୁରକ୍ଷା ବଳ ମିଳିତ ଭାବେ ଆଠଗଡ ସହରର ଚାନ୍ଦବାଲି ଛକ, ଦୋରଡ, କଇଥ ଛକ ଓ କଟକ ସିଡିଏ ନିକଟବର୍ତ୍ତୀ ବ୍ରଜବିହାରୀପୁର ଅଞ୍ଚଳରୁ କଳାମୁଗୁନି ପଥର, ବାଲି ଓ ବୋଲଡର ବୋଝେଇ କରି ଯାଉଥିବା ୧୬ଟି ହାଇୱା ଓ ଟ୍ରକ୍‍ ଜବତ କରାଯାଇଥିଲା। ସେଥିମଧ୍ୟରୁ ୧୪ଟି ଟ୍ରକ୍‍ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ସେମାନଙ୍କଠାରୁ ୩.୨୦ଲକ୍ଷ ଟଙ୍କା ଜରିମାନା ଆଦାୟ କରି ଛାଡି ଦିଆଯାଇଥିଲା । ୨ଟି ଟ୍ରକ୍‍ ସେମାନଙ୍କର ଅନୁମତି ପତ୍ର ଦେଖାଇବା ଫଳରେ ସେମାନଙ୍କୁ ଛାଡି ଦିଆଯାଇଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories