www.samajalive.in
Sunday, December 14, 2025
26.1 C
Bhubaneswar

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ହରଭଙ୍ଗା: ଦଶାହ କାର୍ଯ୍ୟ ସାରି ଘରକୁ ଫେରିବାବେଳେ ଦୁର୍ଗମ ପାହାଡିଆ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ହରଭଙ୍ଗା ବ୍ଲକ ଦୁର୍ଗମ କଣ୍ଡରା, କାଚପାଜୁ ଘାଟି ରାସ୍ତାରେ ଘଟିଥିବା ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ମୃତ ଯୁବକ ଜଣଙ୍କ ନାମ ହେମନ୍ତ ନାଏକ(୩୧) ବୋଲି ଜଣାପଡିଛି। ହେମନ୍ତଙ୍କ ପିତା ହଜାରୀ ନାଏକ ହରଭଙ୍ଗା, ପୁରୁଣାକଟକ, ବୌଦ୍ଧ, କଂଟାମାଳ ଭଳି ପୁଲିସ ଷ୍ଟେସନରେ ଜଣେ ପୁଲିସ କର୍ମଚାରୀ ଭାବେ କାର୍ଯ୍ୟକରନ୍ତି। ହେମନ୍ତ ଥିଲେ ହଜାରୀଙ୍କ ସାନପୁଅ। ହରଭଙ୍ଗା ବ୍ଲକରେ ହେମନ୍ତଙ୍କ ସହିତ ସମସ୍ତେ ପ୍ରାୟ ପରିଚିତ ଥିଲେ। ଗତକାଲିର ଘଟଣା ହେମନ୍ତ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଦୁର୍ଗମ ପାହାଡିଆ ଅଂଚଳ କଣ୍ଡରାକୁ ଏକ ପଲସର ବାଇକରେ ଯାଇଥିଲେ। ସେଠାରୁ ସଂନ୍ଧ୍ୟା ସମୟରେ ଫେରିବାବେଳେ ପାହାଡିଆ ଗଡାଣି ରାସ୍ତାରେ ଗାଡିଟି ଖସିପଡିବାରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେଠାକୁ କୌଣସି ଯୋଗାଯୋଗ ନଥିବାରୁ ପରିବାର ଲୋକେ ବହୁ ବିଳମ୍ବରେ ଖବର ପାଇଥିଲେ। ତାଙ୍କୁ ସେଠାରୁ ରାତିରେ ଆଡେଣିଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ହେମନ୍ତଙ୍କ ନିଜ ଘର ନୟାଗଡ ଜିଲା ବାଣିଗୋଛା ଥାନା ଅର୍ନ୍ତଗତ ବୁରପାଲ ବୋଲି ଜଣାପଡିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories