ଟ୍ରକକୁ ଧକ୍କା ଦେଇ ଜଳିଗଲା ବାଇକ୍: ଜଣେ ମୃତ, ୩ ଗୁରୁତର

ପାତ୍ରପୁର : ଚିକିଟି ଦିଗହଣ୍ଡିର ରାସ୍ତାର କେ ନୂଆଗାଁ ରତନେଇ ମନ୍ଦିର ନିକଟରେ ଏକ ଟ୍ରକକୁ ସାମନା ପଟୁ ବାଇକ୍ ଧକ୍କା ଦେଇ ଜଳିଯିବା ବେଳେ ଜଣଙ୍କ ମୃତ୍ୟୁ ହେବା ସହ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଚିକିଟି ପଟୁ ତିନିଜଣ କେଟିଏମ ବାଇକରେ ଦ୍ରୁତ ଗତିରେ ଯାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲେ। ଧକ୍କା ଦେବା ପରେ ବାଇକଟି ଜଳିଯାଇଥିଲା। ରାସ୍ତାରେ ଯାଉଥିବା ଲୋକମାନେ ତୁରନ୍ତ ଯୁବକଙ୍କୁ ନିଆଁ ମଧ୍ୟରୁ ଉଦ୍ଧାର କରିଥିଲେ। କେ ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିଟି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲା । ଆନ୍ଧ୍ର ପ୍ରଦେଶ କବେଟି ଥାନା ଟ୍ରିପୁଟୁ ଗ୍ରାମର ଦୁଇ ଜଣ ଏବଂ ଭେଜି ପଟୁ ଗ୍ରାମର ଜଣେ ଯୁବକ ବୋଲି ପରିଚୟ ମିଳିଛି । ମୃତକଙ୍କ ନାଁ ଲକ୍ଷ୍ମଣ ଏବଂ ଆହତଙ୍କ ନାଁ ସି ଲୋକନାଥ ଓ ଏନ୍ ରାଜୁ ବୋଲି ଜଣା ପଡିଛି। ଆହତ ଯୁବକ ମଧ୍ୟରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ପାଖରେ ଥିବା ଲୋକମାନେ ସୂଚନା ଦେଇଛନ୍ତି। ଥାନା ଅଧିକାରୀ କିଶୋର କୁମାର ସାମଲ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।
Comments are closed.