www.samajalive.in
Saturday, December 6, 2025
23.1 C
Bhubaneswar

ଓଲଟିଲା ଇଟ୍ଟା ବୋଝେଇ ଟ୍ରକ,୮ଘଣ୍ଟା ଗମନାଗମନ ଠପ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଶିବ ମନ୍ଦିର ପାଖ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଉପରେ ରହିଥିବା  ଚିଲାଖଣ୍ଡି ପୁରୁଣା ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଏକ ଇଟ୍ଟା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରୁ ଟ୍ରକ ଚାଳକ ଏବଂ ଖଲାସୀ ଅଳ୍ପକେ ବର୍ତୀଯାଇଥିବା ଜଣାପଡିଛି।
ଗତକାଲି ବିଳମ୍ବିତ ରାତ୍ରୀରେ ବୌଦ୍ଧପଟୁ ଚାରିଛକ ଆଡକୁ ଆସୁଥିବା ଏକ ଇଟ୍ଟା ବୋଝେଇ ଟ୍ରକ ଏହି ପୋଲ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଗାଡିଟି ପୋଲ ଉପରେ ଡାହାଣପାଶ୍ୱର୍କୁ ଓଲଟିପଡିଥିଲା। ଦୁର୍ଘଟଣାପରେ ଝୁଲନ୍ତା ଅବସ୍ଥାରେ ଗାଡିଟି ପୋଲ ଉପରେ ଅଟକି ରହିବାରୁ ଦୀର୍ଘ ଆଠ ଘଂଟାଧରି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହାନ ଅଟକିରହିଥିଲା।ଖବର ପାଇ ଆଜି ସକାଳେବୌଦ୍ଧ ପୁଲିସ  ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ହାଇଡ୍ରା ଏବଂ ଜେସିବି ସାହାଯ୍ୟରେ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ତୁରନ୍ତ ନୂତନ ପୋଲ କାର୍ଯ୍ୟ ଶେଷକରିବା ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।
ସୂଚନା ଅନୁଯାୟୀ,  ଚିଲାଖଣ୍ଡି ପୂରୁଣା ପୋଲ ଏବେ ପଥଚାରୀଙ୍କ ପାଇଁ ଏବେ ମରଣଯନ୍ତା ପାଲଟିଛି।ବିପିଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଏହି ପୋଲ ଉପରେ ବଡ ବଡ ଖାଲ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନୀ ଘଟୁଥିବାବେଳେ ଜାତୀୟ ରାଜପଥ କତୃପକ୍ଷଙ୍କ ନିଦାବିଷ୍ଣୁ ମନୋଭାବ ପରୋକ୍ଷରେ ଦୁର୍ଘଟଣାପ୍ରବଣକୁ  ବୃଦ୍ଧି କରିବା ସହାୟକ ହୋଇଥିବା ଅଭିଯୋଗ ହୋଇଛି। ସାଧାରଣ ଅଭିଯୋଗ ଅନୁଯାୟୀ  ଅନ୍ୟପଟେ ଏହାର ଅପରପାଶ୍ୱର୍ରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଦୀର୍ଘ ୪ବର୍ଷହେଲା ଆପ୍ରୋଚିଂ ରୋଡ କାର୍ଯ୍ୟ ଶେଷ ନହେବା ବିଭାଗୀୟ କତୃପକ୍ଷଙ୍କ ଦାୟିତ୍ୱହୀନ ଏବଂ ଖାମଖିଆଲ ମନୋଭାବକୁ ପଦାରେ ପକାଇଛି। ତୁରନ୍ତ ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories