ଟ୍ରଲିସହ ସିଆର୍‍ପିଏଫ୍‍ ଟ୍ରକ୍‍ ଧକ୍କାରେ ୫ ମୃତ

0

ଉଦୟପୁର : ରାଜସ୍ଥାନର ଉଦୟପୁର ଅନ୍ତର୍ଗତ ମାଉଣ୍ଟ ଆବୁ ରୋଡ୍‍ ନିକଟରେ ସୋମବାର ଏକ ଟ୍ରଲି ସହ ସିଆର୍‍ପିଏଫ୍‍ ଟ୍ରକ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଏକ ପୋଲ ଅତିକ୍ରମ କରିବା ସମୟରେ ଟ୍ରଲି ଚାଳକ ନିୟନ୍ତ୍ରଣ ହରାଇ ସିଆର୍‍ପିଏଫ୍‍ ଟ୍ରକ୍‍କୁ ଧକ୍କା ଦେଇଥିଲା। ଟ୍ରଲିଟିରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିବାବେଳେ ଟ୍ରକ୍‍ଟି ପୋଲ ଉପରୁ ଛିଟ୍‍କି ପଡିଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଟ୍ରଲି ଖୁବ୍‍ ଜୋର୍‍ରେ ଜଳୁଥିବାରୁ ତାହା ସମ୍ଭବ ହୋଇ ନ ଥିଲା।

Leave A Reply