www.samajalive.in
Saturday, December 6, 2025
16.1 C
Bhubaneswar

ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷଙ୍କୁ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ଅଗରତାଲା: ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ପିଜୁଶ କାନ୍ତି ବିଶ୍ବାସଙ୍କୁ ଆକ୍ରମଣ କରାଯାଇଛି। ରବିବାର ସିପାହୀଜାଲା ଜିଲାରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ବିଶ୍ବାସଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଏଥିରେ ତାଙ୍କ କାର୍‌ ବି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

- Advertisement -

ତେବେ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଶ୍ବାସଙ୍କୁ ଆକ୍ରମଣ କରିଥିବା କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଘଟଣା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୋମବାର ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୂଚନାଯୋଗ୍ୟ, ବିଶ୍ବାସ ରବିବାର ସିପାହୀଜାଲା ଜିଲାର ବିସାଲଘର୍‌ ଅଞ୍ଚଳ ଦେଇ ଯାଉଥିବାବେଳେ କିଛି ଲୋକ ତାଙ୍କ କାର୍‌କୁ ଅଟକାଇ ଗାଡ଼ି ଭଙ୍ଗାରୁଜା କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବିଶ୍ବାସ ଗୁରୁତର ଆହତ ହୋଇଛନ୍ତି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories