www.samajalive.in
Saturday, December 13, 2025
26.1 C
Bhubaneswar

‘ତାଣ୍ଡବ’କୁ ନେଇ ବିବାଦ; ପ୍ରତିବନ୍ଧକ ଲଗାଇବାକୁ ଜାଭଡେକରଙ୍କୁ ଚିଠି ଲେଖିଲେ ସାଂସଦ, ଏତଲା ଦେଲେ ବିଧାୟକ

ନୂଆଦିଲ୍ଲୀ: ନିର୍ଦେଶକ ଅଲୀ ଅବ୍ବାସ ଜାଫରଙ୍କ ନୂଆ ୱେବ୍‌ସିରିଜ ‘ତାଣ୍ଡବ’କୁ ନେଇ ଲଗାତାର ବିବାଦ ବଢ଼ିବାରେ ଲାଗିଛି। ଏହି ୱେବସିରିଜରେ ଭଗବାନ ରାମ, ନାରଦ ଏବଂ ଶିବଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ୱେବସିରିଜକୁ ସୋସିଆଲ ମିଡିଆରେ ବ୍ୟାନ୍‌ କରିବା ଲାଗି ଦାବି ହେଉଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ତାଣ୍ଡବ ବିରୋଧରେ ବିଜେପି ସାଂସଦ ମନୋଜ କୋଟକ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖି ଏହାକୁ ବ୍ୟାନ୍‌ କରିବାକୁ ଦାବି କରିଛନ୍ତି। ସେପଟେ ମହାରାଷ୍ଟର ବିଜେପି ବିଧାୟକ ରାମ କଦମ ମୁମ୍ବଇର ଘାଟକୋପର ଥାନାରେ ଏହି ୱେବସିରିଜ ବିରୋଧରେ ଏତଲା ଦାୟର କରିଛନ୍ତି।

- Advertisement -

ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଂସଦ ମନୋଜ କୋଟକ ଦାବି କରିଛନ୍ତି। ସେ କହିଛନ୍ତି, ୱେବସିରିଜରେ ହିନ୍ଦୁ ଭାବନାକୁ ଆଘାତ ଦେବାକୁ ଉଦ୍ୟମ କରାଯାଇଛି। ଓଟିଟି ପ୍ଲାଟଫର୍ମଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସେନ୍‌ସରମୁକ୍ତ କରାଯାଇଥିବାରୁ ବାରମ୍ବାର ହିନ୍ଦୁ ଭାବନା ଉପରେ ଆକ୍ରମଣ କରାଯାଉଛି। ମୁଁ ଏହାର କଡ଼ା ନିନ୍ଦା କରୁଛି। ଓଟିଟିକୁ ଭାରତର ଅଖଣ୍ଡତା ହିତରେ ନିୟନ୍ତ୍ରିତ କରାଯାଉ ବୋଲି ମନୋଜ ଦାବି କରିଛନ୍ତି।

ଉକ୍ତ ୱେବସିରିଜରେ ହିନ୍ଦୁ ଦେବତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରି ବିଧାୟକ ରାମ କଦମ ମୁମ୍ବଇର ଘାଟକୋପର ଥାନାରେ ଏତଲା ଦେଇଛନ୍ତି। ୱେବସିରିଜର ଅଭିନେତା, ନିର୍ଦେଶକ ଏବଂ ନିର୍ମାତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। କେବଳ ଏହି  ଦୁଇଜଣ ନୁହନ୍ତି, ଅନେକ ବିଜେପି ନେତା ଏହି ୱେବସିରିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି।

ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ତାଣ୍ଡବ ଦଳିତ ବିରୋଧୀ ଏବଂ ହିନ୍ଦୁ ବିରୋଧୀ ସାମ୍ପ୍ରଦାୟିକ ଘୃଣା​‌ରେ ଭରପୂର। ଅନ୍ୟ ଜଣେ ବିଜେପି ନେତା ନରେନ୍ଦ୍ର କୁମାର ଚାୱଲା ମଧ୍ୟ ତାଣ୍ଡବ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଏକ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ନିର୍ଦେଶକ ଅଲୀ ଅବ୍ବାସ ଜାଫରଙ୍କ ନୂଆ ୱେବସିରିଜ ‘ତାଣ୍ଡବ’ ଗତ ୧୫ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା। ଏହା ପରଠାରୁ ୱେବସିରିଜଟି ବିବାଦ ଘେରକୁ ଆସିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories