www.samajalive.in
Saturday, December 6, 2025
23.1 C
Bhubaneswar

ଦେଶର ସର୍ବ ବୃହତ ହସ୍ତତନ୍ତ ଓ ଜୈବିକ ଉତ୍ପାଦ ହାଟ ‘ଆଦିବାସୀ ଇଣ୍ଡିଆ ଇ-ମାର୍କେଟପ୍ଲେସ୍’ ଆରମ୍ଭ

ସର୍ବ ବୃହତ ହସ୍ତତନ୍ତ ଏବଂ ଜୈବିକ ଉତ୍ପାଦ ହାଟ ‘ଟ୍ରାଇବସ୍ ଇଣ୍ଡିଆ ଇ-ମାର୍କେଟପ୍ଲେସ୍’ ଆରମ୍ଭ

୫ ଲକ୍ଷ ଆଦିବାସୀ ଉତ୍ପାଦକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଟ୍ରାଇଫେଡ

- Advertisement -

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶୁକ୍ରବାର ଭାରତର ସର୍ବ ବୃହତ ହସ୍ତତନ୍ତ ଏବଂ ଜୈବିକ ଉତ୍ପାଦ ହାଟ ‘ଟ୍ରାଇବସ୍ ଇଣ୍ଡିଆ ଇ-ମାର୍କେଟପ୍ଲେସ୍’ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଟ୍ରାଇଫେଡ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରୁ ଆଦିବାସୀ ଉତ୍ପାଦ ଏବଂ ହସ୍ତତନ୍ତ ପ୍ରଦର୍ଶନ କରିବ। ଫଳରେ ଏହା ସେମାନଙ୍କୁ ସେମାନଙ୍କର ଉତ୍ପାଦକୁ ସିଧାସଳଖ ବିକ୍ରି ପାଇଁ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ।

ଏହି ଅବସରରେ ଆଦିବାସୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଉଦ୍ଦିଷ୍ଟ ଟ୍ରାଇଫେଡର କେତେକ ପଦକ୍ଷେପକୁ ଶ୍ରୀ ମୁଣ୍ଡା ଆରମ୍ଭ କରିଛନ୍ତି। ଏଥିରେ ଋଷିକେଶରେ ୧୨୩ତମ ଏବଂ କୋଲକାତାରେ ୧୨୪ତମ ଆଉଟଲେଟର ଉଦଘାଟନ, ଝାଡ଼ଖଣ୍ଡ ଏବଂ ଛତିଶଗଡ ରାଜ୍ୟର ନୂତନ ଆଦିବାସୀ ଉତ୍ପାଦର ଅନ୍ତର୍ଭୂକ୍ତ ଏବଂ ଅନଲାଇନ ପ୍ଲାଟଫର୍ମ ଆମାଜନ ସହିତ ଟ୍ରାଇଫେଡ଼ ଏବଂ ଟ୍ରାଇବ୍ସ ଇଣ୍ଡିଆର ସହଭାଗିତା ଅନ୍ତର୍ଭୁକ୍ତ। ମନ୍ତ୍ରୀ ଝାଡ଼ଖଣ୍ଡର ସାନ୍ଥାଳ ଆଦିବାସୀମାନେ ସଂଗ୍ରହ କରୁଥିବା ଶତପ୍ରତିଶତ ପ୍ରାକୃତିକ ପାକୁର ମହୁର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ ଟ୍ରାଇଫେଡ ଦେଶର ବିଭିନ୍ନ ହସ୍ତତନ୍ତ ଉତ୍ପାଦ, ହସ୍ତତନ୍ତ ଓ ପ୍ରାକୃତିକ ଖାଦ୍ୟ ପଦାର୍ଥର ବିକ୍ରିବଟା ପାଇଁ ୫ ଲକ୍ଷ ଆଦିବାସୀ ଉତ୍ପାଦକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ସେ କହିଛନ୍ତି ଯେ ଆଦିବାସୀ ଉତ୍ପାଦ ଏବଂ ହସ୍ତତନ୍ତ ପ୍ରଦର୍ଶନ ପାଇଁ ଏହି ପଦକ୍ଷେପ ଆଦିବାସୀ ଜଙ୍ଗଲ ବାସିନ୍ଦା ତଥା କାରିଗରମାନଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ସହିତ ଯୋଡିବ ଏବଂ ସେମାନଙ୍କର ଆର୍ଥିକ ବିକାଶକୁ ଆହୁରି ସକ୍ଷମ କରି ସେମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରିବ। ଏହି କାର୍ଯ୍ୟକ୍ରମରେ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରେଣୁକା ସିଂ ମଧ୍ୟ ଉପସ୍ଥିତ ଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories