www.samajalive.in
Saturday, December 6, 2025
16.1 C
Bhubaneswar

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ପ୍ରଜା ମେଳି, ଜଙ୍ଗଲ ଜମି ଅଧିକାରକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରିବାକୁ ନିଷ୍ପତ୍ତି

ନବରଙ୍ଗପୁର :  ମାଲକାନଗିରି ଜିଲ୍ଲା ପରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକରେ ପ୍ରଥମ ଥର କରି ଦେଖିବାକୁ ମିଳିଛି ପ୍ରଜାମେଳି।ବିଭିନ୍ନ ସଂଘଠନ କରି ବ୍ଲକ କାର୍ଯ୍ୟାଳୟ ଘେରିବାକୁ ମେଳିରେ ନିଷ୍ପତି ହୋଇଛି।
ନବରଙ୍ଗପୁର ଜିଲ୍ଲାର ଆଦିବାସୀ ନେତା ରାଜେଶ ଜାନିଙ୍କ ନେତୃତ୍ୱରେ ରବିବାର ତେନ୍ତୁଳୀଖୁଣ୍ଟି ବ୍ଲକ ଖୁଣ୍ଟି ପଦର ଗ୍ରାମରେ ୯ ଗୋଟି ଗ୍ରାମର ଆଦିବାସୀ ମାନଙ୍କୁ ନେଇ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ପ୍ରଜାମେଳି ଅନୁଷ୍ଠିତ ହୋଇଥିଲା। ଏଠାରେ ପୂଜାରୀଗୁଡା ପଞ୍ଚାୟତର ଖୁଣ୍ଟି ପଦର, ନୂଆଗୁଡା, କାନ୍ଦ୍ରା ଗୁଡା, ବାଗିଆ ପଦର, କାଦ ମାଳି, କବାଟ ସିଲ, ଦୁକୁଲ ଗୁଡା, ଶିଙ୍ଗlଗୁଡ଼ା ଏବଂ ଜଲ ଗୁଡା ଆଦି ଗ୍ରାମର  ଶତାଧିକ ଆଦିବାସୀ  ଉପସ୍ଥିତ ଥିଲେ। ଏହି ପ୍ରଜାମେଳିରେ ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାରକୁ ନେଇ ସରକାରଙ୍କୁ ନିଜର ହକ୍ ମାଗିବା ପାଇଁ ଆଲୋଚନା କରାଯାଇଥିଲା। ବିଗତ ଦିନରେ ଏହି ଅଂଚଳର ୫୬ ଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟା ମିଳିଥିବା ବେଲେ ବଳକା ୬୦୦ଜଣଙ୍କୁ ପଟ୍ଟା ମିଳିନଥିବା ସଂପର୍କରେ ଆଲୋଚନା ହୋଇଥିଲା। ଏ ନେଇ ଆଗାମୀ ଦିନରେ ଶତାଧିକ ଆଦିବାସୀ ତାଙ୍କ ପାରମ୍ପରିକ ବେଶରେ ସଯିତ ହୋଇ ହାତରେ ଟାଙ୍ଗୀ, ଟାଙ୍ଗିଆ ଧରି ଆଦିବାସୀ ନୃତ୍ୟ କରି ତେନ୍ତୁଳୀଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ଘେରିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା।
ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶେଖର ଖୁରା, ସଞ୍ଜୟ କର୍କରା, ସୁଶୀଲ ସନ୍ତା, ଶିବ ସନ୍ତା, ବନମାଳୀ ସନ୍ତା ଏବଂ ସୁରୁ ମାଝି ପ୍ରମୁଖ ନେତୃତ୍ୱ ନେଇଥିଲେ | ଏନେଇ ରାଜେଶ ଯାନୀଙ୍କୁ ପଚାରି ବାରେ ସେ କହିଥିଲେ ଯେ ଓଡିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଆଦିବାସୀଙ୍କ ହକ୍ ପାଇଁ ପ୍ରତ୍ୟେକ ଅଞ୍ଚଳରେ ଆଦିବାସୀ ମେଳି କରାଯାଇ ସେମାନଙ୍କ ହକ୍ ପାଇଁ ଳଢିବ ବୋଲି କହିଛନ୍ତି |

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories