www.samajalive.in
Saturday, December 13, 2025
27.1 C
Bhubaneswar

ଉଦ୍‍ଯାପିତ ହେଲା ଆଦିବାସୀ ପର୍ବ ‘ଟୋକିମରା’

କଲମପୁର : ଆଦିବାସୀ ପରମ୍ପରାର ପର୍ବ ‘ଟୋକିମରା’ କଲମପୁର ବ୍ଲକ ବରଦୋଳି ଠାରେ ମହା ସମାରୋହର ସହ ଉଦ୍‍ଯାପିତ ହେଇଯାଇଛି। ଏହି ଯାତ୍ରାରେ୧୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହେଇଥିଲା। ଏହି ଯାତ୍ରା ଦେଖିବା ପାଇଁ କଲମପୁର, ଜୁନାଗଡ, ଜୟପାଟଣା ଓ କୋକସରା ବ୍ଲକ ଆଦି ବହୁ ଅଞ୍ଚଳର ଲୋକ ଏହି ପର୍ବ ଦେଖିବା ପାଇଁ ଆସିଥିଲେ। ପ୍ରାୟ ୬୨ ଖଣ୍ଡ ଗ୍ରାମର ଜାନୀ ନିଜ (ଫୋଦ) ଦଳ ବଳ ସହିତ ଧନୁ ତୀର, ଟାଙ୍ଗିଆ, ବର୍ଚ୍ଛା, ଖଣ୍ଡା, ଭୁଜାଲି ଆଦି ପାରମ୍ପାରିକ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହେଇ ଆଦିବାସୀ ବାଜାର ତାଳେ ତାଳେ ନାଚି ନାଚି ମାଂସ ଜୁର କରିବା ପାଇଁ ବରଦୋଳି ଧରଣୀ ଠାରେ ଉପସ୍ଥିତ ହେଇଥିଲେ। ଏହି ସମୟରେ ସମସ୍ତ ଆଦିବାସୀ ମଦ ନିଶାରେ ଚୁର ଥିଲେ। ସମସ୍ତଙ୍କ ପାଟିରେ ରେରେକାର ଓ ବାଙ୍ଗୁରିଆ ଧ୍ୱନିରେ କମ୍ପିତ ହେଉଥିଲା ଇନ୍ଦ୍ରାବତି ଦକ୍ଷିଣ ମୁଖ୍ୟ କେନାଲକୁ ଲାଗି ରହିଥିବା ଧରଣୀ ପଡିଆ। ଅପରାହ୍ନ ୪.୪୫ ମିନିଟରେ ଗଡ୍‍ରା(ଟୋକି)କୁ ତିନି ଥାକିଆ ମାନବ ଶୃଙ୍ଖଳ କରି ଧରଣୀ ଖୁଣ୍ଟ ନିକଟକୁ ଅଣାଯାଇଥିଲା। ଧରଣୀ ଖୁଣ୍ଟକୁ ଅଣାଯିବା ପରେ ବିଭିନ୍ନ ଗ୍ରାମରୁ ଆସିଥିବା ଜାନୀ ମାନେ ନିଜ ନିଜ ଦେବୀଙ୍କ ଅସ୍ତ୍ର ଧରି ମାଂସ ଜୁର କରିଥିଲେ। ଏହି ପର୍ବ ଦେଖିବା ପାଇଁ ସାଂସଦ ଅର୍କ କେଶରୀ ଦେଓ ବରଦୋଳି ଠାରେ ଉପସ୍ଥିତ ହେଇ ଆଦିବାସୀଙ୍କ ଏହି ପର୍ବକୁ ଉପଭୋଗ କରିଥିଲେ। ଜାନୀ ମାନେ ନିଜ ଫୋଦ ସହିତ ବରଦୋଳି ଗ୍ରାମ ଗୁଡି ଠାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଗୁଡିରେ ବସାଇ ପର୍ବ ପାଳନକୁ ସୁରକ୍ଷିତ ଭାବେ ସମ୍ପାଦିତ କରିବା ପାଇଁ ଅନୁରୋଧ କରିବା ସହିତ ଦେବୀଙ୍କ ଭୋଗ ଭାବେ ମଦ ଦ୍ୱାରା ଆପ୍ୟାୟିତ କରୁଥିଲେ। ଜାନୀ ମାନେ ଗୁଡି ଘରୁ ବାହାରି ଧରଣୀ ଦେବୀଙ୍କ ନିକଟକୁ ଯାଇଥିଲେ।
ମଦନିଶାର ପ୍ରଭାବରେ ଗାଡି ଚାଳନା ଦ୍ୱାରା କଲମପୁର ଥୁଆମୁଳ ରାମପୁର ରାସ୍ତାର ଇନ୍ଦ୍ରାବତୀ କେନାଲ ନିକଟରେ ୨ଗୋଟି ମଟରସାଇକଲ ମୁହାଁ ମୁହିଁ ଧକ୍କା ହେବାରୁ ଜୁନାଗଡ ବ୍ଲକ କୁପା ଗାଁର ଜଗନ୍ନାଥ ନିମୁଲିଆ ଓ କେଶବ ପାତ୍ରଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ କଲମପୁର ବ୍ଲକ ଟେମରା ଗ୍ରାମର ଗ୍ରାମରକ୍ଷୀ ଟିକେଚାନ୍ଦ ବାଗ ଆହତ ହେଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଗୋଡ ଭାଙ୍ଗି ଗୁରୁତର ଆହତ ହେଇଥିବା ୨ ଜଣଙ୍କୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଟିକେଚାନ୍ଦ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ମାଂସ ଜୁର ସମୟରେ ବଡକୁଟୃ ଗ୍ରାମର ରସିକ ବାଗଙ୍କ ପୁଅ ପ୍ରେମଲାଲ ବାଗଙ୍କ ମୁୂଣ୍ଡର ପଛ ଭାଗରେ କେହି ଅଜଣା ବ୍ୟକ୍ତି ମାଡ ମାରିବାରୁ ଗୁରୁତର ଆହତ ହେଇ ପ୍ରଥମେ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତି ସମୟରେ ଆମ୍ବୁଲେନ୍ସ ଯୋଗେ ଭବାନିପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପୁଲିସ ପାଖରେ କୌଣସି ସୂଚନା ପହଞ୍ଚି ନଥିବା ଜଣାପଡିଛି। ଅନ୍ୟପଟେ ଏହି ପର୍ବକୁ ଶୃଙ୍ଖଳିତ କରିବା ପାଇଁ ୨ ପ୍ଲାଟୁନ ପୁଲିସ ଫୋର୍ସ ସମେତ ଜୟପାଟଣା ଥାନା ଅଧିକାରୀ ଶୁସାନ୍ତ କୁମାର ସାହୁ ଓ କଲମପୁର ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ କଲମପୁର ଓ ବଡକୁଟୃ ଫାଣ୍ଡିର କର୍ମଚାରୀ ନିୟୋଜିତ ହେଇଥିଲେ।
ଥୁଆମୁଳ ରାମପୁର ବ୍ଲକର ପେରୁ ମଞ୍ଜି ଓ ବଡଛତ୍ରଙ୍ଗ ଠାରେ ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ଉଦ୍‍ଯାପିତ ହେଇଯାଇଛି। ସୋମବାର ଏହି ପର୍ବର ଦ୍ୱିତୀୟ ଦିବସ ଧଙ୍ଗରୀ ଦୋଲା ଆୟୋଜିତ ହେବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories