www.samajalive.in
Sunday, December 7, 2025
14.1 C
Bhubaneswar

ଜନଜାତି ସଂସ୍କୃତି ପ୍ରଗତି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ରାଜ୍ୟ ସରକାର ଜନଜାତିଙ୍କ ଉନ୍ନୟନ ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମାଧ୍ୟମରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚାୟତ ସମିତି ମାଲକାନଗିରି ଆନୁକୂଲ୍ୟରେ ମାଲ୍ୟବନ୍ତ ଛାତ୍ରାବାସ ଖେଳ ପଡିଆଠାରେ ସଶକ୍ତ ଓଡ଼ିଶା ସାଥୀ ଶିବିର, ଜନଜାତି ସଂସ୍କୃତି ପ୍ରଗତି ୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରି ଅଧ୍ୟକ୍ଷ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା, ରଇଲା ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡ଼ିଆମି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ରତ୍ନାକର ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝଡିଆ ଓ ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ମଞ୍ଚାସୀନ ଥିଲେ।

ନିଜର ଲୋପ ପାଇ ଯାଉଥିବା କଳା ଓ ସଂସ୍କୃତିର ପୁନଃରୁଦ୍ଧାର କରିବା ସହ ସ୍ୱାଭିମାନ ମାଟିର ସ୍ୱାଭିମାନ ବଞ୍ଚାଇ ରଖିବାକୁ ରାବା ସମସ୍ତ ଜନଜାତିଙ୍କୁ ଆହ୍ବାନ କରିଥିଲେ। ଆମେ ଶହୀଦ ମାଟିର ଦାୟାଦ ତେଣୁ ଆମ ଗୌରବମୟ ଇତିହାସକୁ ନଭୁଲିବା ପାଇଁ ସମସ୍ତଙ୍କୁ ସଚେତନ ମଧ୍ୟ କରିଥିଲେ। ସେହିପରି ପରମ୍ପରାକୁ ବଞ୍ଚାଇ ପାରିଲେ ହିଁ ଆଦିବାସୀଙ୍କ ଉନ୍ନତି ହୋଇ ପାରିବ ବୋଲି ଶ୍ରୀମତୀ ତାଙ୍ଗୁଲ କହିଥିଲେ । ଏହି ଅବସରରେ ସାହୁ କହିଥିଲେ କି ଅବିଭକ୍ତ କୋରାପୁଟ ମାଟିର ଜନଜାତି ଭାଇ ଭଉଣୀଙ୍କ ପ୍ରତ୍ୟେକ କ୍ଷେତ୍ରରେ ବହୁତ ଅବଦାନ ରହିଛି। ତେଣୁ ଆମେ ସଚେତନ ହେବା ସହ ଲୁପ୍ତପ୍ରାୟ କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବିଭିନ୍ନ ଜନଜାତିର କଳାକାର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ଅନ୍ୟାନ୍ୟ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ଜନଜାତି ମୁଖ୍ୟ ଉପସ୍ଥିତ ଥିଲେ ।

- Advertisement -

 

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories